ଗଜପତି ୩୦।୯: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭକୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଜାମିନ ବିହୀନ ଗିରଫ ପରୱାନା ବଳରେ ଅଭିଯୁକ୍ତ ଗିରଫ ହୋଇଛି ।

ପାରଳାଖେମୁଣ୍ଡି SDJM ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ କରି ପାରଳାଖେମୁଣ୍ଡି ପୋଲିସ ଅଭିଯୁକ୍ତ ମନ୍ମଥ କୁମ୍ଭକୁ ଗିରଫ କରିଛି । ବୁଧବାର ଭୋର ସମୟରେ ନିଜ ଗ୍ରାମରୁ ତାକୁ ଗିରଫ କରିଛି ପୋଲିସ ।

Also Read:- ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ଝଟ୍‌କା ; ବ୍ୟକ୍ତିଗତ ହାଜରରୁ ଛାଡ଼ ଆବେଦନ ଖାରଜ, କୋର୍ଟରେ ହାଜର ନିର୍ଦ୍ଦେଶ

ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୨/୧୨୦-ବି ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଦାଲତରେ ହାଜର କରିବା ପାଇଁ ଅଦାଲତ ଏହି ପରୱାନା ଜାରି କରିଥିଲେ । ଅଭିଯୁକ୍ତ ନିଜ ଗ୍ରାମରେ ଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇ ପୋଲିସ ଟିମ୍ ବୁଧବାର ଭୋର ସମୟରେ ଚଢ଼ଉ କରି ତାକୁ ଧରିଥିଲା । ପରୱାନା ଅନୁଯାୟୀ, ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାକୁ ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର କରାଯାଉଛି ।