ଭୁବନେଶ୍ୱର ୨୭।୦୯ : ପୁଣି ହେବ କି ପ୍ରବଳ ବର୍ଷା ? ଦକ୍ଷିଣ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିକୁ ନେଇ ଏପରି କିଛି ଚର୍ଚ୍ଚା ବଢିଛି । ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଆଣ୍ଡାମାନ ସାଗର ଓ ମିଆଁମାରର ସଂଲଗ୍ନ ଇରାୱାଡି ଅଞ୍ଚଳକୁ ପ୍ରବେଶ କରିବ । ଏହା ପରେ ଏହାର ପରବର୍ତ୍ତୀ ଗତି କୁଆଡ଼େ ରହିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି।

ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗର ପାଣିପାଗରେ ପରିବର୍ତ୍ତନ ଆସିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗରରୁ ମିଆଁମାର-ବାଂଲାଦେଶ ଉପକୂଳ ଦେଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛିl ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Also Read:-ଖାଇବା ପରେ ଗୁଜୁରାତି ଚୋବାଇଲେ କ’ଣ ହୁଏ ? ଜାଣନ୍ତୁ ଏହାର ଔଷଧୀୟ ଗୁଣ

ତେବେ ନିକଟରେ ଆସିଥିବା ଗଭୀର ଅବପାତ ମଧ୍ୟ ଥାଇଲାଣ୍ଡ ସାଗର ଉପରେ ଘୂର୍ଣ୍ଣିବଳୟ ଭାବେ ସୃଷ୍ଟି ହୋଇ ପରେ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରକୁ ଆସି ରାଜ୍ୟରେ ବର୍ଷା ବିତ୍ପାତ ରଚିଥିଲା। ଯାହାଫଳରେ ରାଜ୍ୟରେ ଲଗାତର କିଛି ଦିନ ଧରି ବର୍ଷା ଓ ପବନ ବୋହିଥିଲା । ଏପିରିକି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବନ୍ୟା ପରି ସ୍ଥିତି ଦେଖାଦେଇଛି । ଲୋକଙ୍କ ଘରେ ଘରେ ପାଣି ପଶିଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଖାସ୍ କରି ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଆଜି ଜିଲ୍ଲାମାନଙ୍କରେ ବନ୍ୟା ସ୍ଥିତି ଦେଖାଦେଇଛି ।