ପଟ୍ଟାମୁଣ୍ଡାଇ ୩୦।୦୯ : ଶୁଭଶ୍ରୀ ଦାସ ମୃତ୍ୟୁ ରହସ୍ୟ। ଏଯାଏଁ ଖିଅ ପାଉନି ପୋଲିସ । ଶୁଭଶ୍ରୀ ନିଖୋଜ ହେବା ଏବଂ ନଦୀରେ ଶବ ମିଳିବା ଘଟଣାକୁ ୫ ଦିନ ବିତିଥିଲେ ବି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ପାରୁନି ରାଜନଗର ପୋଲିସ। ଶୁଭଶ୍ରୀଙ୍କ ପରିବାରର ଆଉ  ୩ ଜଣଙ୍କ ସମେତ ମୋଟ ୮ ଜଣ ଙ୍କୁ ପୋଲିସ ଉଠାଇ ଆଣି ପଚରା ଉଚରା କରୁଛି । ୨ଦିନ ହେବ ଥାନାରେ ଅଟକ ରଖି ଜେରା କରିଛି । 

ସେପଟେ ଦୁଇ ଦିନ ଧରି ହଂସୁଆ ନଦୀରେ ଶୁଭଶ୍ରୀଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ଖୋଜା ଖୋଜି କରୁଥିଲେ ମଧ୍ୟ ମୃତଦେହର କୌଣସି ପତ୍ତା ମିଳୁନାହିଁ। ଅନ୍ୟପଟେ ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁଯାଇ ତାଙ୍କ ମୃତଦେହକୁ ପଥର ବାନ୍ଧି ମଝି ନଈରେ ଫୋପାଡ଼ି ଦେଇଛନ୍ତି । ତେବେ ଘଟଣା ପ୍ରଘଟ ହେବା ପରେ ପୋଲିସ ସେହି ସ୍ଥାନରେ ପହଂଚି ଛାନଭିନ ଆରମ୍ଭ କରିଥିଲା। ଶୁଭଶ୍ରୀଙ୍କ ମୃତଦେହର ଫଟୋ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ବେଳେ ମୃତଦେହର ଟେର ପାଉନି ରାଜନଗର ପୋଲିସ। ଶୁଭଶ୍ରୀଙ୍କ ମୃତ୍ୟୁ କେମିତି ହେଲା ମୃତଦେହ କେଉଁ ଆଡେ ଗଲା ତାହାର ଖିଅ ଖୋଜୁଛି ପୋଲିସ।

Also Read:-Drishyam 3 advance booking : ରିଲିଜ୍ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିଲା ‘ଦୃଶ୍ୟମ ୩’, ଆଡଭାନ୍ସ ବୁକିଂ ୧୯ କୋଟି ପାର୍