ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ପେଟ୍ରୋଲ୍ ଏବଂ ଡିଜେଲ୍ ବିକ୍ରି ପରେ ଏବେ ଗ୍ରାହକଙ୍କ ପାଇଁ ଏକ ନୂତନ ବ୍ୟବସାୟିକ କ୍ଷେତ୍ରରେ ପାଦ ଦେବାକୁ ଯାଉଛି। କମ୍ପାନୀ ପକ୍ଷରୁ ଦେଶବ୍ୟାପୀ ତାର ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ନିଜସ୍ୱ ବ୍ରାଣ୍ଡ୍‌ ନାମରେ ପ୍ୟାକେଜ ପାନୀୟ ଜଳ ବିକ୍ରି କରିବାକୁ ଯୋଜନା କରି।

ସୂଚନା ଅନୁସାରେ, ଇଣ୍ଡିଆନ୍ ଅଏଲ୍‌ର ଏହି ନୂତନ ଯୋଜନା ଅଧୀନରେ ଦେଶର ପ୍ରାୟ ୪୩,୦୦୦ ରୁ ଅଧିକ ପେଟ୍ରୋଲ ପମ୍ପରେ ଏହି ପାନୀୟ ଜଳ ଉପଲବ୍ଧ କରାଯିବ। ଗ୍ରାହକମାନଙ୍କୁ ଯାତ୍ରା ସମୟରେ ଶୁଦ୍ଧ ଏବଂ ସୁଲଭ ମୂଲ୍ୟରେ ପାଣି ଯୋଗାଇଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

Also Read: ଅଗଷ୍ଟ ମାସରେ ଓଡ଼ିଶାରେ ଜିଓ ଯୋଡ଼ିଛି ସର୍ବାଧିକ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ ତଥ୍ୟ

ଏହି ପଦକ୍ଷେପ ଦ୍ୱାରା କମ୍ପାନୀ କେବଳ ଇନ୍ଧନ ବ୍ୟବସାୟ ମଧ୍ୟରେ ସୀମିତ ନ ରହି ଏଫଏମସିଜି ବଜାରରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଆଗାମୀ ଦିନରେ ଏହି ବ୍ରାଣ୍ଡେଡ୍ ପାଣି ବୋତଲ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ ସୁଲଭ ହେବ, ଯାହା କମ୍ପାନୀର ବ୍ୟବସାୟିକ ପରିସରକୁ ଆହୁରି ସମ୍ପ୍ରସାରିତ କରିବ।