ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର ୨’ ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତ। ଅକ୍ଟୋବର ୧୫ରେ ସିନେମାଘରକୁ ଆସୁଛି ତାଙ୍କର ଏହି ବହୁ ଚର୍ଚ୍ଚିତ ଏବଂ ବହୁ ପ୍ରତୀକ୍ଷିତ ଫିଲ୍ମ। ଆଡଭାନ୍ସ ବୁକିଂରେ ଫିଲ୍ମ ଦମଦାର ଆୟ କଲାଣି। ପ୍ରଥମ ଦିନରେ ଫିଲ୍ମ ଝଡ଼ ସୃଷ୍ଟି କଲାଣି। ଆସନ୍ତୁ ଜାଣିବା ଫିଲ୍ମର ଆଡଭାନ୍ସ ବୁକିଂ କେତେ ହୋଇଛି।

ସାକନିଲକର ରିପୋର୍ଟ ମୁତାବକ, ‘ଜେଲର ୨’ ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ୪ ଦିନର ଆଡଭାନ୍ସ ବୁକିଂରେ ଓଭରଅଲ ୪୩.୦୧ କୋଟି ଟଙ୍କାର କାରବାର କରି ସାରିଲାଣି। ବିନା ବ୍ଲକ ସିଟରେ ଫିଲ୍ମର ଆୟ ୩୭.୪୧ କୋଟି ରହିଛି।

‘ଜେଲର ୨’ର ଓପନିଂ ଡେ କଲେକ୍ସନ କେତେ ?

ଫିଲ୍ମର ଓପନିଂ ଡେ କଲେକ୍ସନ ଉପରେ ନଜର ପକାଇଲେ ଅଦ୍ୟାବଧି ‘ଜେଲର ୨’ ୨୪.୪୭ କୋଟି ଆୟ କରି ସାରିଲାଣି। ଫିଲ୍ମର ୧୧.୭୬ ଲକ୍ଷ ଟିକେଟ୍ ବିକ୍ରି ହୋଇ ସାରିଛି ଏବଂ ଫିଲ୍ମକୁ ୧୦ ହଜାର ୬୦୯ ଶୋ ମିଳିଛି। ଏଥିରୁ ୬୪୯ ଶୋ ହାଉସଫୁଲ୍ ହୋଇ ସାରିଥିବା ବେଳେ ୩୫ ପ୍ରତିଶତ ଅକ୍ୟୁପେନ୍ସି ମିଳି ସାରିଛି।

Also Read: ‘ଧୁରନ୍ଧର’ ପରେ ଚମକିଲା ସାରା ଅର୍ଜୁନଙ୍କ ଭାଗ୍ୟ; ରାମ ଚରଣଙ୍କ ଆଗାମୀ ଫିଲ୍ମରେ ହେବେ ନାୟିକା...

ଫିଲ୍ମର ସର୍ବାଧିକ ଆୟ ତାମିଲନାଡୁରୁ ହୋଇଛି। ‘ଜେଲର ୨’ ତାମିଲନାଡ଼ୁରେ ୧୦.୬୦ କୋଟି କଲେକ୍ସନ କରି ସାରିଛି। ସେହିପରି କର୍ଣ୍ଣାଟକରେ ୫.୫୪ କୋଟି, କେରଳରେ ୪.୮୭ କୋଟି, ତେଲଙ୍ଗାନାରେ ୧.୮୦ କୋଟି, ଆନ୍ଧ୍ର ପ୍ରଦେଶରେ ୧.୧୦ କୋଟି କାରବାର ହୋଇଛି।

ଏହି ଫିଲ୍ମକୁ ପଛରେ ପକାଇଲା ଜେଲର ୨

ଫିଲ୍ମଟି ଇରୁମୁଡି ୨୪.୪ କୋଟି, ଭୂତ ବଙ୍ଗଲା ୨୩.୬ କୋଟି, ଧମାଲ-୪ର ୨୧.୨ କୋଟି, ଦ ଓଡିଶି ୨୦.୮ କୋଟି, ଆଡ୍ଡୁ ୧୭.୮ କୋଟି, ଆଲଫା ୧୬.୯ କୋଟି, ଡକାୟତ ୧୩.୭ କୋଟି, ରାଜା ଶିବାଜୀ ୧୩.୫ କୋଟି ଏବଂ ଖଲିଫାର ୧୩.୪ କୋଟିର ବ୍ୟବସାୟକୁ ପଛରେ ପକାଇ ସାରିଛି।

Also Read: ସାଉଥ ଇଣ୍ଡଷ୍ଟ୍ରିରେ ଓଡ଼ିଆ ସିନେମାର ବଡ଼ ସଫଳତା ; ସାଉଥ ଓଟିଟି ପ୍ଲାଟଫର୍ମରେ ଏବେ ଓଡ଼ିଆ ଫିଲ୍ମ ‘ଦହନ’

ଜେଲର ୨ର ରିଲିଜକୁ ଏବେ ଆହୁରି ୨ ଦିନ ବାକି ରହିଛି। ଯେଉଁ ହିସାବରେ ଫିଲ୍ମଟି ଆୟ କରୁଛି, ଓପନିଂ ଡେରେ ୨୦୨୬ର ଟପ୍-୧୦ ହାଇଏଷ୍ଟ ଗ୍ରୋସିଂ ଫିଲ୍ମ ତାଲିକାରେ ସାମିଲ୍ ହୋଇପାରେ। ଏବେ ଦେଖିବାକୁ ବାକି ରହିଲା ଚଳଚ୍ଚିତ୍ରଟି ପ୍ରଥମ ଦିନରେ କେମିତି ପ୍ରଦର୍ଶନ କରୁଛି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ନେଲସନ ଦିଲୀପକୁମାର। ଫିଲ୍ମରେ ରଜନୀକାନ୍ତ, ମୋହନଲାଲ, ବିଦ୍ୟା ବାଲାନ, ମିରନା ମେନନ, ଯୋଗୀ ବାବୁ, ବିନାୟକମ, ଶିବା ରାଜକୁମାରଙ୍କ ପରି କଳକାର ନଜର ଆସିବେ।