ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସାରା ଅର୍ଜୁନଙ୍କ ଅଭିନୟ ଯାତ୍ରାକୁ ନେଇ ଏବେ ଚର୍ଚ୍ଚା ଜୋର । ‘ଧୁରନ୍ଧର’ ଫିଲ୍ମ ପରଠୁ ବଦଳିଯାଇଛି ସାରା ଅର୍ଜୁନଙ୍କ କ୍ୟାରିୟର । ରଣବୀର ସିଂହଙ୍କ ସହ ‘ଧୁରନ୍ଧର’ରେ ଭଲ ଅଭିନୟ କରି ବକ୍ସ ଅଫିସରେ ଧମାଲ୍ କରିଥିଲେ ଅଭିନେତ୍ରୀ ସାରା । ଉଭୟ ପ୍ରଚୁର ଆୟ କରିବା ସହ ଅନେକ ବଡ଼ ବଡ଼ ରେକର୍ଡ ସ୍ଥାପନ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ସେମାନଙ୍କର ଆଗାମୀ ପ୍ରୋଜେକ୍ଟ ଉପରେ ।

ରଣବୀର ସିଂହ ସମ୍ପୂର୍ଣ୍ଣ ଭାବେ ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ଉପରେ ଧ୍ୟାନ ଦେଉଥିବାବେଳେ; ସେପଟେ ସାରା ଅର୍ଜୁନଙ୍କୁ ଅନେକ ବଡ଼ ବଡ଼ ଫିଲ୍ମରେ ଅଭିନୟ ପାଇଁ ଅଫର ମିଳିଥିବା ନେଇ ଚର୍ଚ୍ଚା ହେଉଛି ।‘ଧୁରନ୍ଧର’ ପରେ ତାଙ୍କ ଲୋକପ୍ରିୟତା ବଢ଼ିଥିବା ବେଳେ, ଏବେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ରାମ ଚରଣଙ୍କ ଆଗାମୀ ମେଗା ପ୍ରୋଜେକ୍ଟରେ ମୁଖ୍ୟ ନାୟିକା ଭାବେ ନଜର ଆସିପାରନ୍ତି ସାରା । ଯଦିଓ ସେ ଏପର୍ଯ୍ୟନ୍ତ କୌଣସି ଚୁକ୍ତି ଫାଇନାଲ କରିନାହାନ୍ତି, ତଥାପି ‘ଧୁରନ୍ଧର’ର ଅପୂର୍ବ ସଫଳତା ପରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ସାରା ଅର୍ଜୁନ ନିଜର ଚମତ୍କାର ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି । ବର୍ତ୍ତମାନ ସେ ସାଉଥ ସୁପରଷ୍ଟାର ରାମ ଚରଣଙ୍କ ସହ ଆଗାମୀ ଫିଲ୍ମରେ କାମ କରିପାରନ୍ତି । ସାରା ପ୍ରଥମେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ନିଜର ଅଭିନୟ ଦକ୍ଷତା ଓ ପରଦାରେ ଉପସ୍ଥିତି ପାଇଁ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ‘ଧୁରନ୍ଧର’କୁ ନେଇ ଚର୍ଚ୍ଚା ପରେ ତାଙ୍କର ପରବର୍ତ୍ତୀ ସିନେମାକୁ ନେଇ ଦର୍ଶକଙ୍କ ଆଗ୍ରହ ବଢ଼ିଛି।

ଅନ୍ୟପଟେ, ରାମ ଚରଣ ତେଲୁଗୁ ସିନେମା ଜଗତର ଜଣେ ପ୍ରମୁଖ ଅଭିନେତା। ତାଙ୍କର ଆଗାମୀ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଉତ୍ସାହ ରହିଥାଏ। ଏଭଳି ସ୍ଥିତିରେ ସାରା ଅର୍ଜୁନ ତାଙ୍କ ସହ ଅଭିନୟ କରିବେ ବୋଲି ଚର୍ଚ୍ଚା ହେବା ଫିଲ୍ମପ୍ରେମୀଙ୍କ ଆଗ୍ରହ ବଢ଼ାଇଛି। ତେବେ ଏହି ଖବରକୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେଣୁ ଏହାର କାଷ୍ଟ ଏବଂ ତାରିଖ ଘୋଷଣାକୁ ନେଇ ଅପେକ୍ଷାରେ ଅଛନ୍ତି ଫ୍ୟାନ୍ସ ।