ଉଦଳା ୧୯।୩: ଚୋରା ପଥର ବୋଝେଇ ଟ୍ରାକ୍ଟର । ବେପରୁଆ ଗାଡି ଚଳାଇ ଫସିଗଲେ । ପିଛା କରି ମାଡ଼ିବସିଲେ ଉପଜିଲ୍ଲାପାଳ । ସନ୍ଦେହରୁ ଧରାପଡିଗଲା ସତ । ବେଆଇନ ପଥର ଖାଦାନରେ ପହଞ୍ଚିଗଲେ ଉପଜିଲ୍ଲାପାଳ । ପଥର ଚୋରା ଚାଲାଣ କରୁଥିବା ୫ ଟ୍ରାକ୍ଟର ସହିତ ଜେସିବି ଜବତ ।

ସୂଚନାଯୋଗ୍ୟ ଯେ, ଉପଜିଲ୍ଲାପାଳ ମିଟିଂ ପାଇଁ ଯାଉଥିବା ବେଳେ ବେପରୁଆ ଭାବେ ଦ୍ରୁତଗତିରେ ଏକ ଟ୍ରାକ୍ଟର ତାଙ୍କ ଗାଡ଼ିକୁ ଓଭରଟେକ୍ କରିଥିଲା । ଏହି ସମୟରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ସନ୍ଦେହ ହୋଇଥିଲା । ଯାହା ଫଳରେ ଟ୍ରାକ୍ଟରକୁ ପିଛା କରିଥିଲେ ଉପଜିଲ୍ଲାପାଳ । ପିଛାକରି ଉଦଳା ତହସିଲ ଶିରିପୁର ହୁଡ଼ିସାହିରେ ଚାଲିଥିବା ବେଆଇନ ପଥର ଖାଦାନରେ ପହଞ୍ଚିଥିଲେ ଉପଜିଲ୍ଲାପାଳ । ଆଉ ସେଠାରେ ବେଆଇନ ପଥର ଉତ୍ତୋଳନ କରାଯାଉଥିବା ଦେଖିବାକୁ ପାଇଥିଲେ । ଏହା ଦେଖି କାବା ହୋଇଯାଇଥିଲେ ଉପଜିଲ୍ଲାପାଳ ।

Also Read: ପରୀକ୍ଷା ଦେଇ ଘରକୁ ଫେରିଲେନି ଛାତ୍ରୀ, ଗ୍ରାମ୍ୟ ଜଙ୍ଗଲରେ ପଡ଼ିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ସରକାରୀ ଜାଗାରେ ଥିବା ପଥର ଏବଂ ମାଟିକୁ ଦିନ ଦ୍ୱିପ୍ରହରରେ ମାଫିଆ ଚୋରା ଚାଲାଣ କରୁଥିଲେ । ସେଠାରେ ନିୟୋଜିତ ଗୋଟିଏ ଜେସିବି ସହିତ ୫ ଟ୍ରାକ୍ଟରକୁ ଜବତ କରିଥିଲେ ଉପଜିଲ୍ଲାପାଳ । ଜବତ ଟ୍ରାକ୍ଟର ବାବଦରେ ମାଇନିଙ୍ଗ ବିଭାଗକୁ ଖବର ଦିଆଯିବା ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେପଟେ ମାଫିଆ ମାନେ ଉପଜିଲ୍ଲାପାଳଙ୍କର ଏଭଳି ଚଢ଼ାଉ ଦେଖି ଛାନିଆ ହୋଇଯାଇଛନ୍ତି ।