ଭୁବନେଶ୍ବର ୨୯।୩: ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳି ଚାଳନା ଘଟଣାକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହି ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ବିଭିନ୍ନ ଥାନାରେ ଏତଲା ହୋଇଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ବିଧାୟକଙ୍କ ବ୍ଲାଙ୍କ ଫାୟାରିଂ ଓ ଖଣ୍ଡାବୁଲାକୁ ନେଇ ରାଜ୍ୟ ରାଜନୀତି ଜୋର । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା । ଏହି ଘଟଣାକୁ ନେଇ ବର୍ଷିଲା ବିଜେଡି । ବିଧାୟକଙ୍କ ସର୍ବସଧାରଣରେ ଗୁଳି ଫୁଟାଇବା ଘଟଣାକୁ ବିଧାନସଭାରେ ଉଠାଇବ ବିଜେଡି । ଏହା ଏକ ନିନ୍ଦନୀୟ ଘଟଣା । ସର୍ବସାଧାରଣରେ ଆକାଶକୁ ଗୁଳି ମାରିବା ଠିକ୍ ନୁହେଁ । ନିଜର ଆତ୍ମସୁରକ୍ଷା ପାଇଁ ବନ୍ଧୁକ ଦିଆଯାଇଥାଏ । ବ୍ଲାଙ୍କ ଫାୟାରିଂ ପରେ ଜଣେ ପିଏସଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ? ସରକାରୀ ଦଳର ବିଧାୟକ ବୋଲି ତାଙ୍କୁ ସୁରକ୍ଷା ଦେଉଛନ୍ତି ସରକାର । ଭୁଲ୍ ସବୁବେଳେ ଭୁଲ୍ । ଜନ ପ୍ରତିନିଧି ଯଦି ଏପରି କରିବେ, ତାଙ୍କଠାରୁ ଲୋକ କ’ଣ ଶିଖିବେ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ଦୁର୍ଭାଗ୍ୟଜନକ । ବିଜେପି ସରକାର ଆସିଲା ପରେ ତାଙ୍କ ନେତାଙ୍କ ଭାବଭଙ୍ଗୀ ବଦଳିଛି । ନିଜକୁ କ୍ଷମାତାଶାଳୀ ଦେଖେଇ ହେବାକୁ ପ୍ରୟାସ କରୁଛନ୍ତି । ରାଜ୍ୟର ଶାନ୍ତି ଶୃଙ୍ଖଳା ଭାଙ୍ଗୁଛନ୍ତି । ଏହା ଫଳରେ ସାଧାରଣ ଲୋକ ମଧ୍ୟ କଥା କଥାରେ ବନ୍ଧୁକ ଫୁଟାଉଛନ୍ତି । ଝାରସୁଗୁଡା ବିଧାୟକ ମଧ୍ୟ ଖଣ୍ଡା ବୁଲାଉଛନ୍ତି । ଏହା ଠିକ୍ ନୁହେଁ । ଧର୍ମ-ଧର୍ମ ଭିତରେ ଲଢ଼େଇ କରିବାକୁ ଚେଷ୍ଟା କରୁଛନ୍ତି । ଏ କଥାକୁ ଆମେ ବିଧାନସଭାରେ ଉଠାଇବୁ ବୋଲି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ।

ସେହିଭଳି କଂଗ୍ରେସ କହିଛି, ବିଜେପି ବିଧାୟକ ମାନେ ଆଇନକୁ ଫୁ କରିଦେଇଛନ୍ତି । ଟିଟିଲାଗଡ଼ର ବିଧାୟକ ନବୀନ ଜୈନ PSOଠୁ ବନ୍ଧୁକ ଆଣି ଗୁଳି ଫୁଟାଇଛନ୍ତି । ୱାଶିଂମେସିନ୍ ସରକାର ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିହିଂସା ପରାୟଣ ହେଇଯାଉଛି । ବିଧାୟକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ କାହିଁକି ନବୀନ ଜୈନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ? PSOକୁ ନିଲମ୍ବନ କାହିଁକି କରାଗଲା ? ସାଂସଦ ସମ୍ବିତ ପାତ୍ର ବି ଖଣ୍ଡା ବୁଲାଇ ଥିଲେ । ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ନବୀନ ଜୈନଙ୍କ ଉପରେ ସରକାର ଆକ୍ସନ ନ ନେଲେ କଂଗ୍ରେସ ଗଣତାନ୍ତ୍ରିକ ଉପାୟରେ ଯାହା କରିବା କଥା କରିବ ବୋଲି ପ୍ରେସମିଟ୍‌ରେ କଂଗ୍ରେସ ଉପ ସଭାପତି ଦେବାଶିଷ ପଟ୍ଟନାୟକ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର କହିଛନ୍ତି ।

ସେପଟେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ବିଧାୟକ ଭଗବାନ ନୁହନ୍ତି, ବିଧାୟକ ହେଉଛନ୍ତି ରାଜ୍ୟର ଲୋକ । ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଧାୟକ ହୋଇଛନ୍ତି । ଆମେ ଯେଉଁଠି ଭୁଲ୍ କରିବୁ ନିଶ୍ଚିତ ଦଣ୍ଡ ପାଇବୁ । ବିରୋଧୀ ଦଳ ହେଉ ଅବା ଶାସକ ଦଳ ହେଉ ଯେଉଁ ଦଳର ବିଧାୟକ ହୁଅନ୍ତୁ ନା କାହିଁକି । ବିଧାନସଭା ଚାଲିଲେ ଏ ପ୍ରସଙ୍ଗ ଉଠାଇବେ ? ବିଧାୟକ, ମନ୍ତ୍ରୀ ଅବା ଯିଏ ବି ହୁଅନ୍ତୁ ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି । ବିଧାନସଭା ଚାଲିଲେ ଏକଥା ଚର୍ଚ୍ଚା ଆଲୋଚନା ହୋଇପାରିବ । କିନ୍ତୁ ବିଧାନସଭା ନ ଚାଲିଲେ ଏ କଥା କେମିତି ଆଲୋଚନା ହୋଇପାରିବ ବୋଲି ବାବୁ ସିଂ କହିଛନ୍ତି ।

Also Read:- Mann Ki Baat: ସମ୍ବଲପୁରର ସଫଳ ମହିଳା ମାଛ ଚାଷୀ, ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳି ଚାଳନା ଘଟଣାକୁ ନେଇ ବିବାଦ ଥମିବାର ନା ନେଉନାହିଁ । ଏହି ଘଟଣାରେ ବିଭିନ୍ନ ଥାନା ସହ ଏସପିଙ୍କ କାର୍ଯ୍ୟାଳୟରେ ଏତଲା ହୋଇଛି । ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଟିଟିଲାଗଡ ଶ୍ରୀରାମ ନବମୀ ପାଳନ ଉତ୍ସବ ଶୋଭଯାତ୍ରାରେ ନିଜେ ବିଧାୟକ ଯାଉଥିବା ବେଳେ ପଛେ ପଛେ ଚାଲିଥିଲେ ତାଙ୍କ ପିଏସଓ । ଆଉ ହଠାତ୍ ପିଏସ୍ଓଙ୍କ ହାତରୁ ରିଭଲଭର ଆଣି ବିଧାୟକ ଉପରକୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରୁଥିବା ବେଳେ ପିଏସ୍ଓ ତାଙ୍କ ହାତ ଧରିଥିବାର ଦେଖିବାକୁ ମିଳିଛି । ଏହା ପରେ ବିଧାୟକ ଫିଲ୍ମ ଷ୍ଟାଇଲରେ ରିଭଲଭରକୁ ଅଣ୍ଟାରେ ଖୋସୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଭିଜୁଆଲ୍ ଭାଇରାଲ ହେବା ପରେ ଏସପିଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେବା ସହିତ ଏତଲା ମଧ୍ୟ ଦିଆଯାଇଛି ।

ଏହି ଘଟଣାରେ ମାମଲା ରୁଜୁ ହୋଇ ବିଧାୟକଙ୍କୁ ନୋଟିସ୍ ହୋଇଛି । ଘଟଣାରେ ଆକ୍ସନ ନିଆଯାଇଛି । ଏଥିରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି । ପିଏସ୍‌ଓଙ୍କୁ ତାଙ୍କ ଦାୟିତ୍ୱରୁ ହଟେଇ ନିଆଯାଇଛି ଓ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଏହାସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଥିଲେ ଅତିରିକ୍ତ ଏସ୍‌ପି ହିମାଂଶୁ ଭୂଷଣ ବେହେରା। ​​​​​​​

ଏହି ଘଟଣା ଚର୍ଚ୍ଚାରେ ଥିବାବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଧାୟକ ନବୀନ ଜୈନ । ସେ କହିଛନ୍ତି, ରାମ ନବମୀ ଉତ୍ସବର ମାହୋଲ ଥିଲା, ହଜାର ହଜାର ଲୋକ ଥିଲେ । ଅନ୍ୟ ଭାଇ ମାନେ ସାଧା ବନ୍ଧୁକରେ ଗୁଳି ଚଳାଉଥିଲେ, ମୋତେ କହିଲେ ମୁଁ ଚଳାଇଲି । ସରକାରଙ୍କୁ ସହି ନପାରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ ।ମୋର ଭୁଲ ଯଦି ତାହା ପ୍ରଶାସନ ତଦନ୍ତ କରିବ, ଯାହା କାର୍ଯ୍ୟାନୁଷ୍ଠାନ ନେବ ।

Watch Video:​​​​​​​