ଉଦଳା ୨୨।୧୦: ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । ହଷ୍ଟେଲ ଛାତ୍ରଛାତ୍ରୀ ଅବ୍ୟବସ୍ଥା ବାବଦରେ ଜଣାଇବାକୁ ଚାଲି ଚାଲି ଯିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଡିସେମ୍ବର ୨୧ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୟୂରଭଞ୍ଜ ବିସିପୁର ପିଏମ୍ ଶ୍ରୀ ହାଇସ୍କୁଲ ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅନ୍ତେବାସୀ ଚାଲି ଚାଲି ଯିବା ଘଟଣାରେ ହସ୍ତକ୍ଷେପ କଲା ରାଜ୍ୟ ମାନବାଧିକାର କମିଶନ । ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅନ୍ତେବାସୀଙ୍କ ଏପରି ନିଷ୍ପତ୍ତି ଏବଂ ସେମାନଙ୍କୁ ପୋକରା ଚାଉଳର ଭାତ ଦିଆଯିବା, ହଷ୍ଟେଲରେ ଅବ୍ୟବସ୍ଥା ଆଦି ସେମାନଙ୍କର ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

Also Read:- ଓଡ଼ିଶାରେ ନିବେଶ ବୃଦ୍ଧି ଲକ୍ଷ୍ୟ, India Chem 2026ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଅଭିଯୋଗର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଏସ.ପୂଜାରୀ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ତଥ୍ୟ ଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଡିସେମ୍ବର ୨୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ ।

Watch Video: