ବାଲେଶ୍ୱର ୨୮।୦୫ : ଜେଲରୁ ବାହାରିଲେ ଶ୍ରୀକ୍ଷେତ୍ର । ହାଇକୋର୍ଟରୁ ଜାମିନ ପାଇ ଜେଲରୁ ବାହାରିଲେ ଶ୍ରୀକ୍ଷେତ୍ର। ପାଞ୍ଚ ମାସ ହେଲା ସେ ପୁରୀ ଜେଲରେ ଥିଲେ। ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗରେ ସେ ଗିରଫ ହୋଇଥିଲେ। କାଗଜୀ ପଲାଇ ଓରଫ ସୋନାଲି ପଣ୍ଡାଙ୍କ ବୟସ ହୋଇନଥିବା ବେଳେ ଶ୍ରୀକ୍ଷେତ୍ର ବିବାହ କରିଥିଲେ। ପକ୍ସୋ ଆକ୍ଟରେ ଗିରଫ କରିଥିଲା ପୋଲିସ।

ସୂଚନାଯୋଗ୍ୟ ଯେ, ଯାତ୍ରା ହିରୋଇନ୍ ସୋନାଲି ପଣ୍ଡା କିଛି ବର୍ଷ ହେବ ଚର୍ଚ୍ଚାକୁ ଆସିଛନ୍ତି । ଉଭୟ ବ୍ୟକ୍ତିଗତ ଏବଂ ବୃତିଗତ ଜୀବନ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ସୋନାଲି ନିଜ ଅତୀତ ବିଷୟରେ ଗଣମାଧ୍ୟମରେ କହି ବେଶ୍ ଭାବବିହ୍ୟୁଳ ହୋଇଥିଲେ । ସୋନାଲି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାରଙ୍କୁ ବିବାହ କରିଥିଲେ । ସୋନାଲି ଏବଂ ଶ୍ରୀକ୍ଷେତ୍ରଙ୍କର ଏକ ୧୧ ବର୍ଷର ପୁଅ ମଧ୍ୟ ରହିଛି। ଶ୍ରୀକ୍ଷେତ୍ର ବିବାହ ପରେ ସୋନାଲିଙ୍କୁ ଅନେକ ନିର୍ଯ୍ୟାତନା ଦେଇଥିଲେ ବୋଲି ସୋନାଲି କହିଥିଲେ। ଯାତ୍ରା ଦୁନିଆରେ ପାଦ ଦେବା ପଛର କାରଣ ଶ୍ରୀକ୍ଷେତ୍ର ବୋଲି ସୋନାଲି କହିଥିଲେ। ସୋନାଲିଙ୍କୁ ତୁଳସୀ ଗଣନାଟ୍ୟ ଆଖଡାରେ ଛାଡିଦେଇ ଫେରାର ହୋଇଯାଇଥିଲେ ଶ୍ରୀକ୍ଷେତ୍ର ପ୍ରସାଦ। ପରେ ସୋନାଲି ଅନେକ ପରିଶ୍ରମ କରି ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।

Also Read:-ମିଥୁନ ରାଶିରେ ବୁଧ କରିବେ ଗୋଚର,ଏହି ୪ ରାଶି ଉପରେ ଆସିପାରେ ସଙ୍କଟ !

କେବଳ ସେତିକି ନୁହେଁ, ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁଙ୍କ ସହ ସୋନାଲିଙ୍କର ସମ୍ପର୍କକୁ ନେଇ ମଧ୍ୟ ଶ୍ରୀକ୍ଷେତ୍ର ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ସୋନାଲି ତାଙ୍କ ସ୍ୱାମୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କହିଥିଲେ ଯେ, ନାଣ୍ଡୁ ବାବୁ ତାଙ୍କୁ ଅନେକ ସହଯୋଗ କରିଛନ୍ତି । ବର୍ତ୍ତମାନ ମଧ୍ୟ ତୁଳସୀ ଗଣନାଟ୍ୟରେ ସୋନାଲି ନିଜର ଅଭିନୟ ଜାରି ରଖିଛନ୍ତି ।

ତେବେ ପାଞ୍ଚ ମାସ ତଳେ ସୋନାଲି ପଣ୍ଡାଙ୍କ ଅଭିଯୋଗରେ ଶ୍ରୀକ୍ଷେତ୍ର ଗିରଫ ହୋଇଥିଲେ। କାଗଜୀ ପଲାଇ ଓରଫ ସୋନାଲି ପଣ୍ଡାଙ୍କ ବୟସ ହୋଇନଥିବା ବେଳେ ଶ୍ରୀକ୍ଷେତ୍ର ବିବାହ କରିଥିଲେ। ପକ୍ସୋ ଆକ୍ଟରେ ଗିରଫ କରିଥିଲା ପୋଲିସ। ଦୀର୍ଘ ୫ ମାସ ଧରି ଜେଲ୍ରେ ରହିବା ପରେ ହାଇକୋର୍ଟରୁ ମିଳିଛି ଜାମିନ । ଆଉ ଜାମିନ ପରେ ବୁଧବାର ରାତିରେ ଜେଲ୍ରୁ ବାହାରିଛନ୍ତି ଶ୍ରୀକ୍ଷେତ୍ର ।