ନୂଆଦିଲ୍ଲୀ ୩୧।୧୦; କରୱା ଚୌଥ୍ ଦିନ ପୂଜା କରିବାକୁ ଯାଉଥିବା କହି ଘରୁ ବାହାରିଥିଲେ ସ୍ତ୍ରୀ। ହେଲେ ସ୍ତ୍ରୀଙ୍କ ଉପରେ ପୂର୍ବରୁ ସନ୍ଦେହ କରୁଥିବା ସ୍ୱାମୀ ଆରମ୍ଭ କରିଥିଲେ ପିଛା। ଆଉ ଶେଷରେ ସାମ୍ନାକୁ ଆସିଥିଲା ଏକ ଚାଞ୍ଚଲ୍ୟକର ଘଟଣା। ପୂଜାପାଠ ନୁହେଁ, ବରଂ ପ୍ରେମିକଙ୍କୁ ଭେଟିବାକୁ ଯାଉଥିଲେ ସ୍ତ୍ରୀ। ଏହା ଜାଣିବା ପରେ ସ୍ୱାମୀ କିଛି ସାଙ୍ଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଚାନକ ଚଢ଼ାଉ କରିଥିଲେ। ଆଉ ସେଠାରେ ଯାହା ଦେଖିଲେ, ତାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍।

ସ୍ୱାମୀଙ୍କ କହିବା ଅନୁଯାୟୀ, ବର୍ଷେ ତଳେ କରିଥିଲେ ପ୍ରେମ ବିବାହ । ହେଲେ ମାତ୍ର ଦିନ କେଇଟାରେ ସେ ଏମିତି ବଦଳିଯିବା ତାହ କେବେ ସେ ଭାବିନଥିଲି । କିଛିଦିନ ହେବ ସ୍ତ୍ରୀଙ୍କ ଗତିବିଧି ଉପରେ ରଖିଥିଲେ ନଜର। ଏପରିକି ସ୍ତ୍ରୀଙ୍କ ମୋବାଇଲ୍ ଯାଞ୍ଚ କରିବା ପରେ ତାଙ୍କୁ ମିଳିଥିଲା କିଛି ସନ୍ଦେହଜନକ ଚାଟିଂ। ଯାହାରୁ ସେ ସ୍ତ୍ରୀଙ୍କ ପରକୀୟା ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ। କରୱା ଚୌଥ୍ ଦିନ ସ୍ତ୍ରୀ ପୂଜା ପାଇଁ ଯାଉଥିବା କହି ଘରୁ ବାହାରିବା ସେ ନିଜର କିଛି ସାଙ୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ରେଡ୍ କରିଥିଲେ । ଆଉ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦଖେିଥିଲେ ।

ଶେଷରେ ପ୍ରେମିକଙ୍କ ସହ ଥିବା ସମୟରେ ଉଭୟଙ୍କୁ ଧରିଥିବା ଦାବି କରିଛନ୍ତି ସ୍ୱାମୀ। ଏହାପରେ ସେଠାରେ ଆରମ୍ଭ ହୋଇଥିଲା ହୋ-ହଲ୍ଲା ଓ ଯୁକ୍ତିତର୍କ। ସ୍ୱାମୀଙ୍କ ଅଭିଯୋଗ ଓ ଭାବପ୍ରବଣ ପ୍ରତିକ୍ରିୟାର ଭିଡିଓ ଏବେ ଚର୍ଚ୍ଚାରେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ବାମୀ ଜଣକ କହିଥିଲେ କି, ମୁଁ ତୁମକୁ ଭଲ ପାଇ ବିବାହ କରିଥିଲି । ତୁମେ ମଧ୍ୟ ମୋତେ ଭଲ ପାଉଥିଲ । ହେଲେ ଏମିତି ଧୋକା ଦେଲ କାହିଁକି ? ଉଭୟଙ୍କ ମଧ୍ୟରେ ଏଭଳି ଝଗଡ଼ା ଲାଗିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ନିଜ ନିଜ ମତ ରଖୁଥିବା ବେଳେ ଘଟଣାଟି ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହୋଇଛି।