ଭୁବନେଶ୍ୱର ୧୧।୦୨ : ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା। ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର ।

ଏ ଖବର ବି ପଢନ୍ତୁ:- ଦିନେଶ କାର୍‌ରେ ଲେଖାଅଛି 'I Love Liza', ପାଗଳ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ

ପ୍ରେସମିଟରେ ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ସତ୍ୟବ୍ରତ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ଦିନେଶ ହିଁ ଏକମାତ୍ର ଅଭିଯୁକ୍ତ, ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଛି। ଦିନେଶକୁ ନେଇ ଆମେ କ୍ରାଇମସିନ୍ ରିକ୍ରିଏସନ କରିବୁ । ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମର ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ଗୋଟିଏ ରୁମ୍‌ରେ ଲିଜା ଓ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା ଦିନେଶ । ଲିଜା ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ। ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍ ଇନରେ ରହୁଥିଲେ । ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ । ଘଟଣା ଦିନ ଲିଜା ଦିନେଶଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ କରିଥିଲେ। 

ତେବେ ରାତି ୧ଟା ବେଳେ ଲିଜା ଘରେ ଥିଲେ ସତ୍ୟବ୍ରତ। ପ୍ରେମିକାକୁ ଅନ୍ୟ ଯୁବକ ସହ ଦେଖି ରାଗି ଯାଇଥିଲା, ରୁମ୍ ବାହାରୁ ଲକ୍ କରି ଅନ୍ୟ ଏକ ରୁମରୁ ଛୁରି ଆଣିଥିଲା। ପରେ ଦିନେଶ ଓ ସତ୍ୟବ୍ରତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆଉ ସେଠି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ହତ୍ୟାକାଣ୍ଡ ପରେ କାର୍ ସହିତ ଘଟଣାସ୍ଥଳରୁ ଫେରାର ମାରିଥିଲା  ଦିନେଶ । ସେପଟେ ଦିନେଶର ମୃତଦେହ ମିଳିବା ପରେ ସନ୍ଦେହରେ ପ୍ରେମିକା ଲିଜାକୁ ଅଟକ ରଖିଥିଲା ପୋଲିସ । ଦୀର୍ଘ ସମୟ ଧରି ଜେରା ମଧ୍ୟ କରିଥିଲା । ହେଲେ ହତ୍ୟାରେ ଲିଜା କୌଣସି ସଂପୃକ୍ତି ନଥିବା ଜଣାପଡିଛି । ମଙ୍ଗଳବାର ରାତିରେ ଜଗତସିଂହପୁର ପୋଲିସ ନିକଟରେ ଦିନେଶ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ପୋଲିସ ଆଗରେ ଅନେକ ତଥ୍ୟ କହିଛି ଦିନେଶ । ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ କାର୍‌କୁ ମଧ୍ୟ ଜବତ କରିଛି ପୋଲିସ। ଜବତ ହୋଇଥିବା କାରରେ  I.. Love Liza ଲେଖା ହୋଇଛି । ତେବେ ଏହି ଲେଖାଟି କିଏ ଲେଖିଛି , ଦିନେଶ୍ ନା ଆଉ କିଏ । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।

ଏ ଖବର ବି ପଢନ୍ତୁ:- ​​​​​​​ଦିନେଶ ଗିରଫ ପରେ ପୋଲିସକୁ ମିଳୁଛି ନୂଆ ନୂଆ ତଥ୍ୟ, ହତ୍ୟାରେ ବ୍ୟବହୃତ କାର୍ ଜବତ