ଭୁବନେଶ୍ୱର ୧୧।୦୨ : ଚନ୍ଦ୍ରଶେଖରପୁର ହତ୍ୟାକାଣ୍ଡ ଘଟଣା । ଠାବ ହେଲା ଅଭିଯୁକ୍ତ ଦିନେଶର କାର୍ । ହତ୍ୟାକାଣ୍ଡରେ ବ୍ୟବହୃତ ଧଳା ରଙ୍ଗର ସେଲେରିଓ କାର୍କୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡ ପରେ କାର୍ ସହ ଫେରାର ଥିଲା ଦିନେଶ ।

ଏ ଖବର ବି ପଢନ୍ତୁ:- ମାମାଲି ଖୋଲିଲେ ଦିନେଶ ଗୁମର: ଲିଜା ପ୍ରେମରେ ଅନ୍ଧ ହେଲା, ମୋତେ ପଚାରିଲାନି

ତ୍ରିକୋଣୀୟ ପ୍ରେମ ପାଇଁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତ ପ୍ରଧାନଙ୍କୁ ହତ୍ୟା ମାମଲାରେ ଚାଲିଛି ତନାଘନା। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ସତ୍ୟବ୍ରତଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ଘଟଣାରେ ପ୍ରେମିକା ଲିଜା କାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଲିଜା ଏବଂ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ଦିନେଶଙ୍କୁ ମୁହାଁମୁହିଁ ଜେରା କରାଯିବ। ଲିଜା ରହୁଥିବା ଘର ସିଲ୍ ହୋଇଥିବା ବେଳେ ଅଧିକ ତଥ୍ୟ ପାଇଁ ଲିଜାଙ୍କ ପାର୍ଲରର ତଲାସୀ ଚଢ଼ାଉ କରିଥିଲା ପୋଲିସ। ଶେଷରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଗତସିଂହପୁର ପୋଲିସ ନିକଟରେ ଅଭିଯୁକ୍ତ ଦିନେଶ ଆତ୍ମସମର୍ପଣ କରିଥିଲା । ଆଉ ପୋଲିସ ଆଗରେ ସବୁ କଥା କହିଥିଲା । ପୋଲିସ ଘଟଣାରେ ତଦନ୍ତ କରି ଦିନେଶର କାରକୁ ଜବତ କରିଛି ।  

ଏ ଖବର ବି ପଢନ୍ତୁ:- ମହିଳା ଅପରାଧର ୨୦୨୪-୨୫ ବାର୍ଷିକ ରିପୋର୍ଟ, ସବୁଠୁ ଶୀର୍ଷରେ ଘରୋଇ ହିଂସା