ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଆଗାମୀ IPL 2027 ସିଜିନ ପୂର୍ବରୁ ନିଜର ମୁଖ୍ୟ କୋଚ୍ ଘୋଷଣା କରିଛି। ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଏହି ଗୁରୁ ଦାୟିତ୍ଵ ଦେଇଛି ଫ୍ରାଞ୍ଚାଇଜ। ସାମାଜିକ ଗଣମାଧ୍ୟମରେ ଦାଦାଙ୍କ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛି DC। ଉଲ୍ଲେଖନୀୟ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୭ ଆଇପିଏଲ୍ ସିଜିନ ପୂର୍ବରୁ ନିଜର ବର୍ତ୍ତମାନ କୋଚିଂ ଷ୍ଟାପଠୁ ଅଲଗା ହେବାକୁ ଆନୁଷ୍ଠାନିକ ଘୋଷଣା କରିଥିଲା। ବର୍ତ୍ତମାନ ଗାଙ୍ଗୁଲି ଡିସିରେ ମୁଖ୍ୟ କୋଚ୍ ଥିବା ହେମାଙ୍ଗ ବଦାନୀଙ୍କ ସ୍ଥାନ ନେବେ। ବଦାନୀ ୨୦୨୫ ଏବଂ ୨୦୨୬ରେ ଟିମର ମୁଖ୍ୟ କୋଚ୍ ଦାୟିତ୍ଵରେ ଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫରେ ମୁଖ୍ୟ କୋଚ୍ ଭାବେ ହେମାଙ୍ଗ ବଦାନୀ, ବେଣୁଗୋପାଳ ରାଓ କ୍ରିକେଟ୍ ନିର୍ଦ୍ଦେଶକ, ମୁନାଫ ପଟେଲ୍ ବୋଲିଂ କୋଚ୍, ଇଆନ ବେଲ୍ ସହାୟକ କୋଚ୍ ଏବଂ ଜନ ମୁନୀ ଫିଲ୍ଡିଂ କୋଚ୍ ଭାବେ କାମ କରୁଥିଲେ। ୨୦୨୪ରେ GMR ଏବଂ ସହ ମାଲିକ JSW ମଧ୍ୟରେ ହୋଇଥିବା ମ୍ୟାନେଜମେଣ୍ଟ ଡିଲ୍ ଆଧାରରେ ଏହି ଦୁଇଟି ସିଜିନରେ ଦଳର ପରିଚାଳନା ଦାୟିତ୍ଵ GMR ପାଖରେ ଥିଲା। ଏହି ଦୁଇ ବର୍ଷର ଅବଧି ସରିବା ପରେ ସମସ୍ତ କୋଚିଂ ଷ୍ଟାଫଙ୍କୁ ଛୁଟି ଦିଆଯାଇଛି ଏବଂ ଡିସିକୁ ଏବେ ନୂଆ କୋଚିଂ ଷ୍ଟାଫ ମିଳିବାକୁ ଯାଉଛନ୍ତି, ଯାହାର ଆରମ୍ଭ ହେଡ୍ କୋଚ୍ ଭାବେ ଗାଙ୍ଗୁଲିଙ୍କଠୁ ଆରମ୍ଭ ହୋଇଛି।

Also Read: ଅଧିନାୟକ ପଦ ଛାଡିଲେ ହରମନପ୍ରୀତ୍ : କହିଲେ, 'ଦଳକୁ ସବୁ କିଛି ଦେଇଛି କିନ୍ତୁ'...

ଦିଲ୍ଲୀ କ୍ୟାପିଟାଲ୍ସ ସହ ଗାଙ୍ଗୁଲିଙ୍କ ପୁରୁଣା ସଂପର୍କ

ସୌରଭ ଗାଙ୍ଗୁଲିଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ସହ ପୁରୁଣା ସଂପର୍କ ରହିଛି। ୨୦୧୯ରେ ସେ ପ୍ରଥମ ଥର DCରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ସେହି ସମୟରେ ସେ ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନର ସଭାପତି ଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI)ର ଅଧ୍ୟକ୍ଷ ହୋଇଥିଲେ। ଉଲ୍ଲେଖନୀୟ ଗାଙ୍ଗୁଲି ଚଳିତ ବର୍ଷ ଆରମ୍ଭରେ ଦକ୍ଷିଣ ଆଫ୍ରିକାର SA20 ଲିଗରେ ପ୍ରିଟୋରିୟା କ୍ୟାପିଟାଲ୍ସର ମୁଖ୍ୟ କାେଚ୍ ଦାୟିତ୍ଵରେ ଥିଲେ। ଜଣେ କୋଚ୍ ଭାବେ ଏହା ତାଙ୍କର ପ୍ରଥମ ଅନୁଭବ ଥିଲା। ସେ ମହିଳା ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ସହ ମଧ୍ୟ ଜଡ଼ିତ ଅଛନ୍ତି।

ଗାଙ୍ଗୁଲିଙ୍କ ପରେ ଯୁବିଙ୍କୁ ମିଳିପାରେ ବଡ଼ ଦାୟିତ୍ଵ

ରିପୋର୍ଟ ମୁତାବକ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାପରେ ଯୁବରାଜ ସିଂଙ୍କ ଏଣ୍ଟ୍ରି ହୋଇପାରେ। ଯୁବରାଜ ପରଦା ପଛରେ ଅନେକ କ୍ରିକେଟ୍ ଖେଳାଳିଙ୍କୁ ତିଆରି କରିଛନ୍ତି। ମାତ୍ର ଏବେ ତାଙ୍କୁ DCର କ୍ୟାମ୍ପରେ କୋଚ୍ ଭାବେ ଭାବେ ଦେଖିବାକୁ ମିଳିପାରେ। ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜଙ୍କୁ ବ୍ୟାଟିଂ କୋଚ୍ ଭାବେ ସାମିଲ୍ କରିପାରେ। ସଂପ୍ରତି ଯୁବରାଜ ଅନ୍ତର୍ଜାତୀୟ କ୍ରିକେଟ୍ ମଞ୍ଚରେ ନିଜ ବ୍ୟାଟିଂରେ ଧମାଲ କରୁଛନ୍ତି।

Also Read: ବୈଭବଙ୍କ କ୍ୟାରିଅରରେ ବ୍ରେକ୍ : ଇଣ୍ଡିଜ୍ ବିପକ୍ଷରେ ମିଳିବନି ଚାନ୍ସ, ଧିରେ ଧିରେ ଦଳରୁ ହେବେ ସାଇଡ୍ !