ନୂଆଦିଲ୍ଲୀ: Sony to stop manufacturing Bravia TVs, ସୋନି ଟିଭି ମାନେ ଲୋକେ ବୁଝନ୍ତି ନିର୍ଭରଯୋଗ୍ୟ ପିକ୍ଚର କ୍ୱାଲିଟି, ଦମଦାର ସାଉଣ୍ଡ ଓ ଏକ ଏମିତି ବ୍ରାଣ୍ଡ, ଯାହା ଶସ୍ତା ପଛରେ ନ ଦୌଡ଼ି କ୍ୱାଲିଟିକୁ ଗୁରୁତ୍ୱ ଦିଏ। ହେଲେ ସୋନିର ପରିଚୟରେ ଏବେ ନୂଆ ଆଧ୍ୟୟ ଯୋଡ଼ି ହେବାକୁ ଯାଉଛି। ସୋନି ଆଉ ବ୍ରାଭିଆ ଟିଭି ବନାଇବ ନାହିଁ। ବରଂ ଚୀନର ଏକ କମ୍ପାନୀ ଟିସିଏଲ୍ ଏହାକୁ ବନାଇବା। ଖାଲି ଟିଭି କାହିଁକି ହୋମ ଅଡିଓ ବିଜନେଶ ମଧ୍ୟ ଟିସିଏଲ୍ ନେତୃତ୍ୱରେ ନିର୍ମାଣ ହେବ।

ସୋନି ଚୀନର ଟିସିଏଲ୍ ସହିତ ଏକ ଷ୍ଟ୍ରାଟେଜିକ ପାର୍ଟନର୍ସିପ୍ (ରଣନୈତିକ ସହଭାଗୀତା) ଘୋଷଣା କରିଛି। ଯାହା ଅଧୀନରେ ଜାପାନର ଏହି କମ୍ପାନୀ ନିଜେ ବ୍ରାଭିଆ ଟିଭି ତିଆରି କରିବା ବନ୍ଦ କରି ଏହାର ଟେଲିଭିଜନ ଏବଂ ହୋମ ଅଡିଓ ବିଜନେଶକୁ ଟିସିଏଲ୍ ନେତୃତ୍ୱଧୀନ ନୂଆ ଜଏଣ୍ଟ ଅଧୀନରେ ରଖିବ।

ଚୁକ୍ତିନାମା ଦ୍ୱାରା ଗଠନ କରାଯାଇଥିବା ନୂଆ ମିଳିତ କମ୍ପାନୀରେ ଟିସିଏଲ୍ର ଅଂଶଧନ ୫୧ ପ୍ରତିଶତ ରହିବ। ଓ ସୋନି ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ। ତେଣୁ ନୂଆ କମ୍ପାନୀର ନିୟନ୍ତ୍ରଣ ଟିସିଏଲ୍ ପାଖରେ ରହିବ। ନିୟାମକ ଏବଂ ଚୁକ୍ତିନାମା ଅନୁମୋଦନ ମଞ୍ଜୁର ହେଲେ, ମିଳିତ ଉଦ୍ୟୋଗ ଏପ୍ରିଲ ୨୦୨୭ରେ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ମାର୍ଚ୍ଚ ଶେଷ ସୁଦ୍ଧା ଚୁକ୍ତିନାମା ଚୂଡ଼ାନ୍ତ ହେବାର ଆଶା କରାଯାଉଛି ବୋଲି Sony ଓ TCL କହିଛନ୍ତି।

ବ୍ରାଭିଆ ଟିଭି ନିର୍ମାଣ ବନ୍ଦ କରିବ ସୋନି,ଟିଭି ଡିଭିଜନ ନିୟନ୍ତ୍ରଣଟିସିଏଲ୍କୁ ହସ୍ତାନ୍ତର ହେବ

ଖବର ପଢ଼ି ଆପଣଙ୍କୁ ଲାଗୁଥିବା ଯେ ସୋନି ଟିଭି ମାର୍କେଟ୍ରୁ ଗାୟବ ହୋଇଯିବ। କିନ୍ତୁ କଥାଟା ତାହା ନୁହେଁ। ସୋନିର ବ୍ରାଭିଆ ବ୍ରାଣ୍ଡ ୨୦ ବର୍ଷ ହେଲା ମାର୍କେଟ୍ରେ ରାଜ କରୁଛି। ଭବିଷ୍ୟତରେ ମଧ୍ୟ ଟିଭିରେ ସୋନି ଓ ବ୍ରାଭିଆ ବ୍ରାଣ୍ଡ ଟ୍ୟାଗ୍ ରହିବ। ଖାଲି ଏହାର ଟେକ୍ନୋଲୋଜୀ ଏବଂ ପ୍ରଡକ୍ସନ ଟିସିଏଲ୍ ଦ୍ୱାରା ପରିଚାଳିତ ହେବ। ଅନ୍ୟ ଅର୍ଥରେ କହିଲେ ଟିଭି ପ୍ୟାକେଜିଂରେ ବ୍ରାଣ୍ଡର ନାଁ ରହିବ, ଆଉ ସବୁ ଟିସିଏଲ୍ କରିବ।