ସୋନପୁର ୦୮।୦୬ : ଅଂଶୁଘାତର ଶିକାର ହେଲେ ସୋନପୁର ଉପଜିଲ୍ଲାପାଳ ।  ଟେଣ୍ଟ ତଳେ ବସିଥିବା ବେଳେ ଅସୁସ୍ଥ ହୋଇପଡିଲେ ଉପଜିଲ୍ଲାପାଳ ସୌମ୍ୟାରୁପା ରଥ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୋମବାର ଦିନ ସୋନପୁର ଜିଲ୍ଲା ବିଶିମୁଣ୍ଡା ଗାଁ ପଞ୍ଚାୟତ ଠାରେ ଏକ ଅଭିଯୋଗ ଶୁଣାଣିର ଶିବିର ଚାଲିଥିଲା । ଉପଜିଲ୍ଲାପାଳ ସୌମ୍ୟାରୁପା ରଥ ସେଠାରେ ଉପସ୍ଥିତ ରହିଥିଲେ । ହଠାତ୍‌ ଏହି ସମୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉପଜିଲ୍ଲାପାଳଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

Also Read:-ଭାଇକୁ ଚେତାଇଥିଲେ ଚନ୍ଦ୍ରିକା, କହିଥିଲେ- ଜୀବନରେ କାହାକୁ ବିଶ୍ୱାସ କରିବୁ ନାହିଁ