ନୂଆଦିଲ୍ଲୀ ୦୧।୦୧; ହିନ୍ଦୀ ସିନେମାରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପ୍ରଶଂସକମାନଙ୍କୁ ମୋହିତ କରିଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ଆଜି ୫୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅଭିନେତ୍ରୀଙ୍କ ଜନ୍ମ ୧ ଜାନୁଆରୀ ୧୯୭୫ ମସିହାରେ ମୁମ୍ବାଇରେ ହୋଇଥିଲା। ୧୯୯୦ ଦଶକରେ ବଲିଉଡରେ ଡେବ୍ୟୁ କରିଥିବା ସୋନାଲି ବେନ୍ଦ୍ରେ ତିନି ଖାନ, ଗୋବିନ୍ଦା, ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ ଅନ୍ୟାନ୍ୟ ପ୍ରମୁଖ ଦକ୍ଷିଣ ଭାରତୀୟ ଅଭିନେତାଙ୍କ ସହ କାମ କରିଛନ୍ତି। ଏକ ସମୟ ଥିଲା ଯେତେବେଳେ ସେ ଭାବୁଥିଲେ ଯେ ଯଦି ସେ ଅଭିନୟରେ ସଫଳ ନ ହୁଅନ୍ତି, ତେବେ ସେ ଜଣେ ଆଇଏଏସ୍ ଅଧିକାରୀ ହେବେ। ସେ ତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ସୋନାଲି ବେନ୍ଦ୍ରେଙ୍କର ଆରମ୍ଭରୁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କୌଣସି ସମ୍ପର୍କ ନଥିଲା। ତେଣୁ ଯେତେବେଳେ ସୋନାଲି ଫିଲ୍ମ ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ, ତାଙ୍କ ପାଖରେ କୌଣସି ସପୋର୍ଟ ନଥିଲା। ତଥାପି, କଲେଜ ସମୟରେ ମଡେଲିଂ କରିବା ସମୟରେ ସେ ଆତ୍ମବିଶ୍ୱାସ ବଢିଯାଇଥିଲା। ମଡେଲିଂ ପରେ, ସେ ଅଭିନୟ କରିବାକୁ ପଛାଇ ନଥିଲେ। ଏହା ସତ୍ତ୍ୱେ, ତାଙ୍କ ପାଖରେ ଦ୍ୱିତୀୟ କ୍ୟାରିଅର ଅପସନ୍‌ ମଧ୍ୟ ପ୍ରସ୍ତୁତ ଥିଲା।

ଏକ ସାଧାରଣ ପରିବାରରୁ ଆସିଥିବା ସୋନାଲି ବେନ୍ଦ୍ରେ, ଯିଏ ବଲିଉଡରେ ପ୍ରବେଶ କରିବା ପାଇଁ ତାଙ୍କ ବାପାଙ୍କୁ ପ୍ରତିଶୃତି ଦେଇଥିଲେ।  ଯଦି ସେ ଏଥିରେ ସଫଳ ନ ହୁଅନ୍ତି, ତେବେ ସେ IAS ପାଇଁ ପ୍ରସ୍ତୁତ ହେବେ। ସେ ତିନି ବର୍ଷ ସମୟ ମାଗିଥିଲେ। ଅଭିନେତ୍ରୀ ତାଙ୍କ ବାପାଙ୍କୁ କହିଥିଲେ, "ମୋତେ କେବଳ ତିନି ବର୍ଷ ଦିଅ, ନଚେତ୍ ମୁଁ ମୋର ପାଠପଢ଼ା ଶେ କରି IAS ପାଇଁ ପ୍ରସ୍ତୁତ ହେବି। ହେଲେ ଅଭିନେତ୍ରୀ ବଲିଉଡରେ ନିଜର ଦମ୍ଦାର ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ଏତେ ବର୍ଷ ବିତିଗଲାଣି, ଏହା ଏକ ଭିନ୍ନ ଦୁନିଆ ପରି ଅନୁଭବ ହେଉଛି।"

ଗୋବିନ୍ଦାଙ୍କ ସହିତ ଡେବ୍ୟୁ

ସୋନାଲି ବେନ୍ଦ୍ରେଙ୍କୁ ପ୍ରଥମେ "ରାମ" ଫିଲ୍ମ ଅଫର୍ କରାଯାଇଥିଲା, କିନ୍ତୁ ଫିଲ୍ମଟି ପ୍ରସ୍ତୁତ ହୋଇପାରିନଥିଲା। ତା'ପରେ ସେ ୧୯୯୪ ମସିହାରେ ଗୋବିନ୍ଦାଙ୍କ ଅଭିନୀତ "ଆଗ" ଫିଲ୍ମ ସହିତ ଡେବ୍ୟୁ କରିଥିଲେ। ସୋନାଲି ୧୯୯୫ରେ ମଣିରତ୍ନମଙ୍କ ଫିଲ୍ମ "ବମ୍ବେ" ର "ହମ୍ମା ହମ୍ମା" ଗୀତ ସହିତ ଲୋକପ୍ରିୟତା ପାଇଥିଲେ। ସୋନାଲି ସଲମାନଙ୍କ ସହ "ହମ ସାଥ ସାଥ ହେଁ", ଶାହରୁଖ ଖାନଙ୍କ ସହ "ନକଲ", ଆମିର ଖାନଙ୍କ ସହ "ସରଫରୋଶ", ଅଜୟ ଦେବଗନଙ୍କ ସହ "ଜଖମ", "ଦିଲଜଲେ" ଓ ଅକ୍ଷୟ କୁମାରଙ୍କ ସହ "ତାରାଜୁ" ରେ ଅଭିନୟ କରିଛନ୍ତି। ସେ ମିଥୁନ ଚକ୍ରବର୍ତ୍ତୀ, ସୁନୀଲ ଶେଟ୍ଟୀ, ସନ୍ନି ଦେଓଲ, ଚିରଞ୍ଜୀବୀ, ନାଗାର୍ଜୁନ, ଏବଂ ମହେଶ ବାବୁଙ୍କ ଭଳି ପ୍ରମୁଖ ତାରକାଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି।