ଭୁବନେଶ୍ୱର: ଦେଶର ଅଗ୍ରଣୀ ମୋଟରସାଇକେଲ ନିର୍ମାତା କମ୍ପାନୀ 'ରୟାଲ ଏନଫିଲ୍ଡ' ଏହାର ଲୋକପ୍ରିୟ କ୍ଲାସିକ୍ ସିରିଜରେ ଏକ ନୂଆ ଏବଂ ଆକର୍ଷଣୀୟ ସ୍ପେଶାଲ ଏଡିସନ ଲଞ୍ଚ କରିଛି । ଯାହାର ନାଁ ରହିଛି 'କ୍ଲାସିକ୍ ୬୫୦ ହାଇପରସିଫ୍ଟ' (Classic 650 Hypershift) । କମ୍ପାନୀର ଏହାର ୧୨୫ ବର୍ଷର ଗୌରବମୟ ଯାତ୍ରାକୁ ଉତ୍ସବର ସହ ପାଳନ କରିବା ପାଇଁ ଏହି ଲିମିଟେଡ୍ ଏଡିସନ୍ ବାଇକ୍ ଲଞ୍ଚ କରିଛି । ତେବେ ଏହି ସ୍ପେଶାଲ ଏଡିସନ ବାଇକର ମାତ୍ର ସୀମିତ ସଂଖ୍ୟକ ୟୁନିଟ୍ ହିଁ ପ୍ରସ୍ତୁତ କରାଯାଇଛି ।

ସୂଚନା ଅନୁଯାୟୀ, କମ୍ପାନୀର ପ୍ରମୁଖ ବଜାରଗୁଡ଼ିରୁ ପ୍ରତ୍ୟେକରେ ମାତ୍ର ୧୨୫ଟି ଲେଖାଏଁ ୟୁନିଟ୍ ଉପଲବ୍ଧ କରାଯିବ। ଭାରତୀୟ ବଜାର ପାଇଁ ମଧ୍ୟ ଏହି ସୀମା ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ୨୮ରେ ଏହାର ରେଜିଷ୍ଟ୍ରେସନ ବନ୍ଦ ହେବ ।

ଡିଜାଇନ୍

ହାଇପରସିଫ୍ଟ ମଡେଲ୍ଟ ଦେଖିବାକୁ ସାଧାରଣ କ୍ଲାସିକ୍ ୬୫୦ ଭଳି ରହିଛି । ଏହାର ମୂଳ ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମାତ୍ର ଏହାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସ୍ୱତନ୍ତ୍ର 'ହାଇପରସିଫ୍ଟ ପେଣ୍ଟ୍' ବା ରଙ୍ଗ । ଏହି ରଙ୍ଗ ଯୋଗୁ ବାଇକ୍ ଉପରେ ଆଲୋକ ପଡ଼ିବା ମାତ୍ରେ ଏହାର ରଙ୍ଗ ନାଲି, ସବୁଜ ଏବଂ ସୁନା ରଙ୍ଗ ମଧ୍ୟରେ ପରିବର୍ତ୍ତନ ହେଉଥିବା ପରି ଲାଗିବ । ଏହାବ୍ୟତୀତ ଇନ୍ଧନ ଟ୍ୟାଙ୍କରେ ୧୨୫ ବର୍ଷର ସ୍ୱତନ୍ତ୍ର କ୍ରେଷ୍ଟ (Crest), ସାଇଡ୍ ପ୍ୟାନେଲରେ ସ୍ୱତନ୍ତ୍ର ବ୍ୟାଜ୍ ଏବଂ ହାତରେ ଅଙ୍କାଯାଇଥିବା ପିନଷ୍ଟ୍ରାଇପ୍ସ ଏହାର ଡିଜାଇନକୁ ଆହୁରି ଆକର୍ଷଣୀୟ କରୁଛି ।

Also Read: ପାର୍ବଣରେ ହିରୋର କାରବାର ଉତ୍ସାହଜନ, ସର୍ବଭାରତୀୟ ସ୍ତରରେ ବିକ୍ରି ଅଭିବୃଦ୍ଧି ୬% : ଆଶୁତୋଷ

ଇଞ୍ଜିନ୍ ଏବଂ ପାୱାର୍:

ଏହି ବାଇକରେ ୬୪୮ ସିସି ଏୟାର-କୁଲ୍ଡ ପାରାଲେକ୍ସ-ଟ୍ୱିନ୍ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଯାହାକି ଇଣ୍ଟରସେପ୍ଟର ୬୫୦ ଏବଂ ଅନ୍ୟାନ୍ୟ ମଡେଲମାନଙ୍କରେ ମଧ୍ୟ ଦେଖିବାକୁ ମିଳେ। ଏହି ଶକ୍ତିଶାଳୀ ଇଞ୍ଜିନ୍ ୪୭ ଏଚ୍ପି ପାୱାର୍ ଏବଂ ୫୨.୩ ଏନ୍ଏମ୍ ଟର୍କ ଜେନେରେଟ୍ କରିଥାଏ ।

ମୂଲ୍ୟ ଏବଂ ଡେଲିଭରି:

ଭାରତୀୟ ବଜାରରେ ଏହି ସ୍ପେଶାଲ ଏଡିସନର ଏକ୍ସ-ଶୋ'ରୁମ ମୂଲ୍ୟ ୪.୨୬ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ କମ୍ପାନୀ ପକ୍ଷରୁ ଆଗାମୀ ନଭେମ୍ବର ମାସରୁ ହିଁ ଏହି ବାଇକର ଡେଲିଭରି ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।