ମୁମ୍ଵାଇ ୦୭।୦୪; ସଲମାନ ଖାନଙ୍କ ସହ ସମ୍ପର୍କରେ ଥିବା ସୋମି ଅଲି ଦୀର୍ଘ ବର୍ଷ ପରେ ମଧ୍ୟ ଅଭିନେତାଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଏକ ସାକ୍ଷାତକାରରେ ସୋମି ପ୍ରକାଶ କରିଛନ୍ତି ଯେ ସଙ୍ଗୀତା ବିଜଲାନିଙ୍କ ସହିତ ସଲମାନଙ୍କ ସମ୍ପର୍କ ଭାଙ୍ଗିବା ପାଇଁ ତାଙ୍କର କୌଣସି ଅନୁତାପ ନାହିଁ। ସୋମି ତାଙ୍କ ଜୀବନରେ ଏଣ୍ଟ୍ରି କରିବା ପୂର୍ବରୁ ସଲମାନ ଏବଂ ସଙ୍ଗୀତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ସେମାନଙ୍କ ବିବାହ କାର୍ଡ ମଧ୍ୟ ଛପା ସରିଥିଲା। ସେହି ସମୟରେ ସଲମାନ ସୋମିଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହି ସମ୍ପର୍କ ବିଷୟରେ ଜାଣିବା ପରେ, ସଙ୍ଗୀତା ସଲମାନଙ୍କୁ ଅଲଟିମେଟମ୍ ଦେଇଥିଲେ।

ସୋମିଙ୍କ ଖୁଲାସା

ଏକ ସାକ୍ଷାତକାରେ ସୋମି ସେହି ସମୟକୁ ମନେ ପକାଇ କହିଛନ୍ତି, "ମୁଁ ବିନ୍ଧ୍ୟଚଳରେ ରହୁଥିଲି। ସଲମାନ ଏବଂ ମୁଁ ସକାଳେ ଜଳଖିଆ କରୁଥିଲୁ, ଯେତେବେଳେ ସଙ୍ଗୀତା ବିଜଲାନି ଭିତରକୁ ପଶି ଆସିଲେ। ସେ ଆମକୁ ଏକାଠି ଦେଖିଲେ ଏବଂ ତୁରନ୍ତ ସଲମାନଙ୍କୁ ଏକ ଅଲଟିମେଟମ୍ ଦେଇଥିଲେ। ସେ ତାଙ୍କୁ କହିଥିଲେ, 'ତାଙ୍କୁ ବାଛ, ନଚେତ୍ ମୋତେ ବାଛ।' ଏହା ତାଙ୍କର ଅଧିକାର ଥିଲା, ସେ ଠିକ୍ କାମ କରିଥିଲେ। ପରବର୍ତ୍ତୀ ସମୟରେ ସଲମାନ୍ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଦୁହିଁଙ୍କ ସମ୍ପର୍କ ଭାଙ୍ଗିଦେଇଥିଲା। ପରେ ସଙ୍ଗୀତା ଅନ୍ୟ କାହାକୁ ବିବାହ କଲେ।

ସଲମାନ ଏବଂ ସଙ୍ଗୀତାଙ୍କ ସମ୍ପର୍କ ଭାଙ୍ଗିଯିବା ପାଇଁ ସେ କୌଣସି ଦୋଷ ଅନୁଭବ କରୁଛନ୍ତି କି ବୋଲି ପଚରାଯିବାରୁ, ସୋମି ଉତ୍ତର ଦେଇଥିଲେ, "ନା, ମୁଁ ସେତେବେଳେ ଜାଣି ନଥିଲି ଯେ ମୁଁ କ'ଣ କରୁଛି। ଆଜି ମୁଁ ସ୍ୱୀକାର କରୁଛି ଯେ ମୁଁ ଭୁଲରେ ଥିଲି। ମୁଁ ଜଣଙ୍କ ସମ୍ପର୍କ ଭାଙ୍ଗି ଦେଇଥିଲି। କିନ୍ତୁ ତାଳି ବାଜିବା ପାଇଁ ଦୁଇ ହାତ ଆବଶ୍ୟକ। ଆମେ ସବୁବେଳେ କେବଳ ମହିଳାଙ୍କୁ କାହିଁକି ଦାୟୀ କରୁ? ପୁରୁଷ ମଧ୍ୟ ସେତିକି ଦାୟୀ। ମୁଁ କହୁନାହିଁ ଯେ ମହିଳା ସବୁବେଳେ ଠିକ୍, କିନ୍ତୁ ସମ୍ପୂର୍ଣ୍ଣ ଦୋଷ କେବଳ ତାଙ୍କ ଉପରେ ଲଗାଇବା ଅନୁଚିତ। ଦୁଇ ପକ୍ଷରୁ ଦେଖିବା ଉଚିତ୍।

ସୋମି ଏବଂ ସଲମାନଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ବିଷୟରେ କହିବାକୁ ଗଲେ, ସୋମି ଉଲ୍ଲେଖ କରିଥିଲେ ଯେ ସେ ସେତେବେଳେ କେବଳ ୧୬ ବର୍ଷ ବୟସର ଥିଲେ ଏବଂ ତାଙ୍କ ବୟସରେ ପରିପକ୍ୱତାର ଅଭାବ ଥିଲା। କିନ୍ତୁ ସଲମାନଙ୍କ ବୟସ ୨୭ ବର୍ଷ ଥିଲା - ତାଙ୍କ ପାଖରେ ନିଶ୍ଚିତ ଭାବରେ ପରିପକ୍ୱତା ଥିଲା । ଯାହା ତାଙ୍କ ପାଖରେ ନଥିଲା। ସେ କହିଥିଲେ, "ମୁଁ ଜଣେ ନବାଗତ ଥିଲି। ୯ମ ଶ୍ରେଣୀରୁ ପାଠପଢ଼ା ଛାଡିଦେଇଥିଲି। ମୁଁ କ'ଣ କରୁଛି ତାହା ବୁଝିବା ପାଇଁ ପ୍ରକୃତରେ ପରିପକ୍ୱତା ନଥିଲା। ଯଦି ସଲମାନ ସଙ୍ଗୀତାଙ୍କ ସହ ସମ୍ପର୍କ ଭାଙ୍ଗି ନଥାନ୍ତେ, ତେବେ ମୁଁ ପୁଣି ଫେରି ଯାଇଥାନ୍ତି। ଆଜି, ସୋମି ଭାରତରୁ ବହୁତ ଦୂରରେ ରୁହନ୍ତି। ସେ ପ୍ରାୟତଃ ସଲମାନ ଏବଂ ତାଙ୍କ ସହ ବିଷୟରେ ଅପମାନଜନକ କଥା କୁହନ୍ତି। ଆଜି ପର୍ଯ୍ୟନ୍ତ, ସଲମାନ କେବେବି ସାର୍ବଜନୀନ ଭାବରେ ସୋମିଙ୍କୁ ପ୍ରତିକ୍ରିୟା ଦେଇନାହାଁନ୍ତି।

Also Read- ବିରାଟଙ୍କୁ ପସନ୍ଦ ଆସୁଲା ‘ଧୁରନ୍ଧର-୨’, କହିଲେ-ଆଦିତ୍ୟ ତମେ ଜିନିୟସ, ସ୍କ୍ରିନ୍‌ରୁ ମୋର ନଜର ହଟିଲାନି