ମୁମ୍ଵାଇ ୦୭।୦୪; ଆଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧର: ଦି ରିଭେଞ୍ଜ ଐତିହାସିକ ରେକର୍ଡ ହାସଲ କରିସାରିଛି। ଛୋଟରୁ ବଡ ଯାଏଁ ସଭିଏଁ ଏହି ପାଇଁ ପାଗଳ। କ୍ରିକେଟ ଦୁନିଆର ସୁପରଷ୍ଟାର ବିରାଟ କୋହଲି ମଧ୍ୟ ଏହି ଫିଲ୍ମକି ଦେଖିଛନ୍ତି । ୨୦୨୬ ଆଇପିଏଲ ସିଜିନରେ ତାଙ୍କର ବ୍ୟସ୍ତ କାର୍ଯ୍ୟସୂଚୀ ସତ୍ତ୍ୱେ, ବିରାଟ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଥିଏଟରକୁ ଯାଇଥିଲେ। ଫିଲ୍ମ ଦେଖିବା ପରେ, ଉଭୟେ ନିଜ ନିଜ ଇନଷ୍ଟାଗ୍ରାମରେ ‘ଧୁରନ୍ଧର-୨’ ର ରିଭ୍ୟୁ ପୋଷ୍ଟ କରିଥିଲେ।

ବିରାଟ କଲେ ପ୍ରଶଂସା

ବିରାଟ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପ୍ରଶଂସା କରିଥିଲେ। ସେ ବର୍ଣ୍ଣନା କରିଥିଲେ ଯେ ସେ କିପରି ସମ୍ପୂର୍ଣ୍ଣ ଭାବରେ ସିନେମାରେ ବୁଡ଼ି ଯାଇଥିଲେ। ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ସ୍କ୍ରିନରୁ ନଜର ହଟାଇ ପାରିନଥିଲେ । ବିରାଟ ଲେଖିଛନ୍ତି: "ମୁଁ ଧୁରନ୍ଧର ଦେଖିଛି, ଏବଂ ସତ କହିବାକୁ ଗଲେ, ମୁଁ ଭାରତରେ ତିଆରି ହୋଇଥିବା ଏହିପରି ଫିଲ୍ମ ପୂର୍ବରୁ କେବେ ଦେଖିନାହିଁ। ସମ୍ପୂର୍ଣ୍ଣ ଫିଲ୍ମଟି ସବୁ ପ୍ରକାରର ଭାବନାକୁ ଉଜାଗର କରିଥିଲା ​​- ହସ, କ୍ରୋଧ, ଲୁହ, ପ୍ରଶଂସା - ସବୁକିଛି। ପ୍ରାୟ ଚାରି ଘଣ୍ଟା ଧରି, ମୁଁ ଥରେ ବିରକ୍ତ ଅନୁଭବ କରିନଥିଲି, କିମ୍ବା ମୁଁ ସ୍କ୍ରିନ୍ ଉପରୁ ନଜର ହଟିନି । ଆଦିତ୍ୟ ଧର ତୁମର ପ୍ରତିଭା ଏବଂ କଠିନ ପରିଶ୍ରମ ସମଗ୍ର ଫିଲ୍ମରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ମୁଁ ତୁମକୁ ସାଲ୍ୟୁଟ୍ କରୁଛି। ତୁମେ ପ୍ରକୃତରେ ଜଣେ ଜିନିୟସ। ସମସ୍ତ ଷ୍ଟାରମାନେ ବହୁତ ସୁନ୍ଦର ଭାବେ ଅଭିନୟ କରିଛନ୍ତି। କିନ୍ତୁ ରଣବୀର ସିଂହ (ଭାଇ), ଏହି ଫିଲ୍ମ ପରେ, ତୁମର ଲେବଲ ଉପରକୁ ପହଞ୍ଚିଛ। ତୁମର ଅଭିନୟ ଆଶ୍ଚର୍ଯ୍ୟଜନକ ଥିଲା। ପ୍ରକୃତରେ, ବାଃ!"

ଆଦିତ୍ୟ ବିରାଟଙ୍କ ପୋଷ୍ଟକୁ ରି-ପୋଷ୍ଟ କରି କ୍ରିକେଟରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ U19 ଦିନରୁ ବିରାଟଙ୍କ ପ୍ରଶଂସକ। କ୍ରିକେଟରଙ୍କ ଦ୍ୱାରା ପ୍ରଶଂସା କରାଯାଇଥିବା ତାଙ୍କ ଫିଲ୍ମ ବିଷୟରେ ଶୁଣିବା ତାଙ୍କ ପାଇଁ ଅତ୍ୟନ୍ତ ବିଶେଷ ମୁହୂର୍ତ୍ତ ଥିଲା। ଏହା ବ୍ୟତୀତ ସେ ଭାରତର ଯୁବ ପିଢ଼ି ପାଇଁ ବିରାଟ କୋହଲିଙ୍କୁ ପ୍ରେରଣା ଭାବରେ ପ୍ରଶଂସା କରିଥିଲେ।

​​​​​​​

ରଣବୀରଙ୍କ ଫ୍ୟାନ ଅନୁଷ୍କା

ଧୁରନ୍ଧର ରିଭ୍ୟୁ କରିବା ସମୟରେ, ଅନୁଷ୍କା ଫିଲ୍ମର କାହାଣୀକୁ ପ୍ରଶଂସା କରିଥିଲେ। ସେ ଏହି ଚାରି ଘଣ୍ଟାର ଚଳଚ୍ଚିତ୍ରକୁ ଏପରି ଦୃଢ଼ ବିଶ୍ୱାସ ସହିତ ପ୍ରସ୍ତୁତ କରିବା ପାଇଁ ଆଦିତ୍ୟ ଧରଙ୍କୁ ପ୍ରଶଂସା କରିଥିଲେ। ଅଭିନେତ୍ରୀ ତାଙ୍କର କୋ-ଷ୍ଟାର ରଣବୀର ସିଂହଙ୍କ ଭୁରି ଭୁରି ପ୍ରଶଂସା ପ୍ରକାଶ କରିଥିଲେ। ରଣବୀରଙ୍କ ଅଭିନୟକୁ ତାଙ୍କ କ୍ୟାରିୟରର ସର୍ବୋତ୍ତମ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ। ସେ ଆର. ମାଧବନ, ଅର୍ଜୁନ ରାମପାଲ ଏବଂ ରାକେଶ ବେଦୀଙ୍କୁ ମଧ୍ୟ ଏକ ମେନସନ୍‌ କରିଥିଲେ। କହିବାକୁ ଗଲେ ଧୁରନ୍ଧର ଦି ରିଭେଞ୍ଜ ଫିଲ୍ମର ଭାରତୀୟ ବକ୍ସ ଅଫିସରେ ୧୦୦୦ କୋଟିର କଲେକ୍ସନ ହାସଲ କରିଥିବା ପ୍ରଥମ ବଲିଉଡ୍ ଫିଲ୍ମ ହୋଇଛି। ସାରା ବିଶ୍ୱରେ, ଏହାର ମୋଟ ସଂଗ୍ରହ ୧୬୦୦ କୋଟି ଅତିକ୍ରମ କରିଛି।

Also Read-Ravi Dubey Ramayana: ୨୧ ବର୍ଷର ପରିଶ୍ରମ ପରେ ରବି ଦୁବେଙ୍କୁ ମିଳିଛି ବଡ ଭୂମିକା, କହିଲେ-‘ରାମାୟଣ ଠାରୁ ଭଲ ଚ୍ୟାଲେଞ୍ଜ୍ କିଛି ନାହିଁ’