ଭୁବନେଶ୍ବର ୮।୮: ଉପରେ କ୍ଷୀର ଭିତରେ ମଦ । କ୍ଷୀର ଗାଡ଼ିରେ ଚୋରା ମଦ ବେପାର l ଅବକାରୀ ବିଭାଗ ପଞ୍ଝାରେ ଚୋରା ଦେଶୀ ମଦ ବେପାରୀ l ହଜାରେ ୮୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ l ମୈତ୍ରୀ ବିହାର ଅଞ୍ଚଳରୁ ଗାଡିକୁ ଗୋଡେଇ ଗୋଡେଇ ଧରିଲା ଅବକାରୀ ବିଭାଗ । ଚୋରା ମଦ ବେପାରୀ ଇକବାଲ ଖାଁକୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରେ ଏକ ଟାଟା ଏସିଇ ଗାଡ଼ିରେ କ୍ଷୀର ଡେଲିଭରି କରାଯାଉଥିବା ଆଳରେ ଦେଶୀ ମଦ ଚାଲାଣ ହେଉଥିଲା । ଏହି ଗାଡ଼ି ଜରିଆରେ ନିୟମିତ ଭାବେ ଦେଶୀ ମଦ ଚାଲାଣ ହେଉଥିବା ନେଇ ଅବକାରୀ ଟିମ୍‌କୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଅବକାରୀ ମୋବାଇଲ୍ ୟୁନିଟ୍ ଗାଡ଼ି ଉପରେ ନଜର ରଖିଥିଲା । ଜାଭିୟର ଛକ ନିକଟରେ ଗାଡ଼ିଟିକୁ ଚିହ୍ନଟ କରିବା ପରେ ଟିମ୍ ଏହାର ପିଛା କରିଥିଲା । ଗାଡ଼ିଟି ପଟିଆ ଆଡ଼କୁ ଯାଉଥିବା ସମୟରେ ଅବକାରୀ ଅଧିକାରୀ ମାନେ ଏହାକୁ ଅଟକାଇ ଯାଞ୍ଚ କରିଥିଲେ ।

Also Read:- ବୈତରଣୀରେ ସ୍ଥିତି ସୁଧୁରିନି, ଏପଟେ ଫୁଲିଲାଣି ସାଳନ୍ଦୀ ଓ ଶାଖା, ବଢ଼ୁଛି ବନ୍ୟା ଭୟ

ଯାଞ୍ଚ ବେଳେ ଗାଡ଼ି ଭିତରେ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗାଡ଼ି ଭିତରୁ ଦେଶୀ ମଦ ମିଳିଥିବା ଜଣାପଡ଼ିଛି । କ୍ଷୀର ଡେଲିଭରି ନାଁରେ ମଦ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ଅବକାରୀ ବିଭାଗ ଗାଡ଼ିକୁ ଜବତ କରିବା ସହ ମଦକୁ ମଧ୍ୟ ଜବତ କରିଛି ।

Watch Video:​​​​​​​​​​​​​​