କରଞ୍ଜିଆ ୦୧।୧୧ : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ। ଯଶିପୁର ଧୋବାଡିହା ଠାରେ ଥିବା ଖଇରୀ ନିବାସ ଠାରେ ବିଧିବଦ୍ଧ ଭାବେ ଶିମିଳିପାଳକୁ ପ୍ରବେଶ ପାଇଁ ଫିତା କାଟି ଶୁଭ ଉଦଘାଟନ କଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ।

ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ଅଫଳାଇନ୍ ପ୍ରବେଶ ପତ୍ର ବନ୍ଦ ରହିଥିବା ବେଳେ କେବଳ www.shimilipal.org ଓ୍ବେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ। ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ଟି ଗାଡ଼ିକୁ ପ୍ରବେଶ ପାଇଁ ଅନୁମତି ରହିଛି। ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ କାଳିକାପ୍ରସାଦ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ।

Also Read:-ଗହୀରମଥାରେ ଲାଗିଲା ମାଛଧରା କଟକଣା, ୨୦୨୭ ମେ ୩୧ ଯାଏଁ ଜାରି ରହିବ ନିଷେଧାଦେଶ

ସେହିପରି ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ଓ୍ବେବସାଇଟରେ ବୁକିଂ କରି ପାରିବେ, ଆଜି ଯଶିପୁର ଓ ପୀଠାବଟା ଠାରେ ପର୍ଯ୍ୟଟକଙ୍କୁ ବିପୁଳ ଭାବେ ସ୍ୱାଗତ କରାଯାଇଛି।