କେନ୍ଦ୍ରାପଡ଼ା ୦୧।୧୧ : ଆଜିଠୁ ଗହୀରମଥାରେ ମାଛଧରା ବନ୍ଦ । ଅଲିଭ୍ ରିଡଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଜାରି ହୋଇଛି । ଚଳିତବର୍ଷ ନଭେମ୍ବର ପହିଲାରୁ ୨୦୨୭ ମେ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

କଇଁଛଙ୍କ ସୁରକ୍ଷା ଲାଗି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଏବଂ ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ୧୪୩୭ ବର୍ଗ କିଲୋମିଟର ଅଞ୍ଚଳରେ ମାଛଧରା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି। ଚଳିତବର୍ଷ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ପାଇଁ ମାଦଳି ମୁହାଣ ଓ ବାବୁବାଲି ଠାରେ ଦୁଇଟି କ୍ୟାମ୍ପ ପ୍ରସ୍ତୁତ କରାଯାଉଛି । ପାଟ୍ରୋଲିଂ ପାଇଁ ବନ ବିଭାଗ ପକ୍ଷରୁ ‘ଅଲିଭିଆ' ବୋଟ୍ ପ୍ରସ୍ତୁତ ରଖାଯାଇଛି। ଧାମରା ପୋର୍ଟ ପକ୍ଷରୁ ଗୋଟିଏ ଦିଆଯିବା ସହ ଆଉ ଗୋଟିଏ ବୋଟ୍ ବନ ବିଭାଗ ଭଡ଼ାରେ ଆଣିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ବନ ବିଭାଗର ଦୁଇଟି ହାଇସ୍ପିଡ୍ ବୋଟ୍ ଏବେ ଅଚଳ ଥିବାରୁ ଏଭଳି ବିକଳ୍ପ ବ୍ୟବସ୍ଥା କରାଯାଇଛି ।

Watch Video:-