କଟକ ୨।୭: କଟକ ବିଡ଼ାନାସୀ ଭୁଆସୁଣୀ ପଠାରେ ଭୁଶୁଡ଼ିଲା ନବ ନିର୍ମିତ ନଦୀ ବନ୍ଧ ରାସ୍ତାର ସାଇଡ୍ ୱାଲ୍ । ମଧୁସୂଦନ ସେତୁଠାରୁ ଚହଟା ପର୍ଯ୍ୟନ୍ତ ନିର୍ମିତ ନୂତନ ଛ’ ଲେନ୍ ବିଶିଷ୍ଟ ରାସ୍ତାର ସାଇଡ୍ ୱାଲ୍‌ର ୫୦ ମିଟର ଭୁଶୁଡ଼ି ପଡ଼ିଛି । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ନିର୍ମାଣ କାର୍ଯ୍ୟରେ ତ୍ରୁଟି ଏବଂ ଯଥେଷ୍ଟ ତଦାରଖର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥାଇପାରେ । ତେବେ ଏହି ଅଭିଯୋଗର ସରକାରୀ ପୁଷ୍ଟି ହୋଇନାହିଁ । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ କରାଯିବା ସହ ଏ ଘଟଣା ପାଇଁ ଦାୟୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Also Read:- ଘରେ ଘରେ ଶୁଭିବ ସଂଶୋଧିତ ଲକ୍ଷ୍ମୀ ପୁରାଣ, ଗାଇବେ ଗୀତା ନମିତା ; କୋଟିଏ ବହି ବାଣ୍ଟିବେ ସରକାର

ଏନେଇ କଟକ ଜିଲ୍ଲାପାଳ କହିଛନ୍ତି, ଖବର ଆମ ନଜରକୁ ଆସିଛି ।ରାସ୍ତା ଓ ଗୃହ ବିଭାଗ ଅଧୀନରେ ଏ ରାସ୍ତା ଯାଉଛି । ସେ ରାସ୍ତାଟି ୪ରୁ ୫ ମାସ ପୂର୍ବରୁ ସରିବାର ଥିଲା । ବର୍ଷା ପୂର୍ବରୁ ସରିବାର ଥିଲା ଯେହେତୁ ସରିଲା ନାହିଁ ତେଣୁ ବର୍ଷା ଯୋଗୁଁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଆମେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବୁ । ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯିବ । ଯଦି ଠିକାଦାର କିମ୍ବା କାମରେ କୌଣସି ତ୍ରୁଟି ବାହାରେ ତେବେ ତୁରନ୍ତ ଆକ୍ସନ ନିଆଯିବ ।