ଭୁବନେଶ୍ୱର ୨।୭: ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୁରାଣର ନୂଆ ଗୀତ ଆଉ ଥରେ ରେକର୍ଡ ହେବ । ଗୀତା ଦାସ ଓ ନମିତା ଅଗ୍ରୱାଲ ମିଶି ଏହି ଗୀତ ଗାଇବେ । ଘରେ ଘରେ ପହଞ୍ଚିବ ନୂଆ ବଳରାମ ଦାସଙ୍କ ମୂଳ ରଚିତ ଲକ୍ଷ୍ମୀ ପୁରାଣ । ଆସନ୍ତା ମାଣବସା ଗୁରୁବାରରେ ପରିମାର୍ଜିତ ହୋଇଥିବା ଲକ୍ଷ୍ମୀ ପୁରାଣ ଆସିବ । ଏ ନେଇ ଗବେଷଣା ଚାଲିଛି । ଦୁଇ ମାସ ସମୟ ଲାଗିବ ।

Also Read:- ସୁନ୍ଦରଗଡ଼ ଓ ରାୟଗଡ଼ାରେ ଆଲୁମିନିୟମ୍ ପ୍ରକଳ୍ପ ପାଇଁ MOU, ମୁଖ୍ୟମନ୍ତ୍ରୀ କହିଲେ- ଓଡ଼ିଶା ଶିଳ୍ପ ଜଗତ ପାଇଁ ଏକ ଐତିହାସିକ ଦିନ

ସେପଟେ ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ନମିତା ଅଗ୍ରୱାଲ ଓ ଗୀତା ଦାସ ଗାଇବେ ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ମହାଲକ୍ଷ୍ମୀ କରିଡର । କରିଡରରେ ବଳରାମ ଦାସଙ୍କ ଗ୍ୟାଲେରୀ, ଲକ୍ଷ୍ମୀଙ୍କ ରିସର୍ଚ୍ଚ ଗ୍ୟାଲେରୀ ରହିବ । ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଇପାରିବ । ୫୦୦ ମହିଳା ଏକାଠି ହୋଇ ଗାଇ ପାରିବେ ଲକ୍ଷ୍ମୀପୁରାଣ ।