ଭୁବନେଶ୍ୱର :  ଜମିଲା ଛାଡ଼ଖାଇ। ବୋହିନେଲେ ଟନ ଟନ ମଟନ , ଚିକେନ, ମାଛ , କଙ୍କଡା ଚିଙ୍ଗୁଡି। ମାସ ଯାକର ହବିଷ ବ୍ରତ ପରେ ଆସିଛି ଛା ଖାଇ। ସକାଳୁ ସକାଳୁ ଖଚାଖଚ ଭିଡ ଥିଲା ରାଜଧାନୀର ବିଭିନ୍ନ ଆମିଷ ବଜାର। ବୁଧବାର ଆମିଷ ବାରି ସାଙ୍ଗକୁ ଜମିଥିଲା ଛାଡଖାଇ ବଜାର। ଚାରି ନମ୍ବର ମାଛ ମାର୍କେଟ ଠାରୁ ଆରମ୍ଭ କରି ଡମଣା, ସୁନ୍ଦରପଦା , ଆଇଗିଣିଆ, ଶହିଦ ନଗର, ବଡଗଡ ଆମିଷ ବଜାରରେ ଗ୍ରାହକଙ୍କ ନାହି ନଥିବା ଭିଡ ଦେଖିବାକୁ ମିଳିଥିଲା। ମଟନ୍ ଦର ୯୦୦ ରୁ ୧୦୦୦ଟଙ୍କା ରହିଛି । ସେହିପରି ଚିକେନ ଦର ରୁ ୨୩୦ରୁ ୨୫୦ ଟଙ୍କା ମଧ୍ୟରେ ରହିଛି। ଇଲିସି ଦର ସାଇଜ ଅନୁସାରେ ୧୦୦୦ ଟଙ୍କାରୁ ଆରମ୍ଭ କରି ୨୫୦୦, ଭାକୁର ୨୬୦ ରୋହି ୨୨୦, ଭେକଟି ୬୦୦ରୂ୧୫୦୦, କଙ୍କଡା ଆକର ଅନୁସାରେ ୫୦୦ରୁ ୨୫୦୦ ଟଙ୍କା ରହିଛି। ମିଠା ନଈ ଚିଙ୍ଗୁଡ଼ିର ମଧ୍ୟ ଚାହିଦା ରହିଥିଲା। ଟାଇଗର ଚିଙ୍ଗୁଡ଼ି ୧୨୦୦ ଟଙ୍କା, ଚିଲିକା ବାଗ୍ଦା ଚିଙ୍ଗୁଡ଼ି ଦର ୧୦୦୦ ଟଙ୍କା, ଲବଷ୍ଟର କିଲୋ ୨୫୦୦, କଣ୍ଟାଳି ଚିଙ୍ଗୁଡି ଦର ୭୦୦ରୁ ୧୨୦୦ ଟଙ୍କା ରହିଛି। ମିରିକାଳି, ପୋହଳା, ତୋଡ଼ି, ଶେଉଳ, ବାଳିଆ, ଜଳଙ୍ଗ, ଆଳି, କେରାଣ୍ଡି, କଉ, ମହୁରାଳି ସମେତ ସମୁଦ୍ର ମାଛ ଇଲିସି, ପାମ୍ପଲେଟ୍, କଣି, ପାଣିଆଖିଆ, ଖଣ୍ଡାବାଳିଆ ଆଦିର ଚାହିଦା ଅଧିକ ଥିଲା।

ପାଖାପାଖି ରାଜଧାନୀରେ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହୋଇଛି । ଛାଡଖାଇରେ ଆମିଷ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା ଦେଶି ମଟନ। ସେପଟେ ଓଡିଶା ନନଭେଜ ଟ୍ରେଡର ଫେଡେରେସନ କହିବା କଥା ଓଡ଼ିଶାରେ ଖାସି ଛେଳିର ଅଭାବ ରହିଛି। ମଟନ ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ। ମାତ୍ର ୨୦ ପ୍ରତିଶତ ଖାସି ଛେଳି ଓଡିଶାରୁ ଉତ୍ପାଦନ ହେଉଥିବା ବେଳେ ୮୦ ପ୍ରତିଶତ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ସରକାରଙ୍କ ଫାର୍ମିଙ୍ଗ ପାଇଁ ଅଧିକ ବ୍ୟବସ୍ଥା କରିବାକୁ ଦାବି କରିଛି ଓଡିଶା ନନଭେଜ ଟ୍ରେଡର ଫେଡେରେସନ । ସେପଟେ ଚଳିତ ବର୍ଷ ସାମୁଦ୍ରକ ବାତ୍ୟା ଅକଭାନ ପାଇଁ ସାମୁଦ୍ରିକ ମାଛ ଧରିବା ଉପରେ ପ୍ରଭାବ ପକାଇଛି । ଏହା ସହ ଆନ୍ଧ୍ରରେ ଭୋଟ ପରିସ୍ଥିତି ଯୋଗୁ ମାଛ ଯୋଗାଣାରେ ବାଧାପ୍ରାପ୍ତ ଯୋଗୁ ମାଛ ଦର ଉପରେ ପ୍ରଭାବ ପଡିଥିବା କହିଛି ଜୟ ଜବାନ ମତ୍ସ୍ୟ ବ୍ୟବସାୟୀ ସଂଘ।

Also Read- ଧାନ କିଣାକୁ ନେଇ ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ବୟାନ, ମାତ୍ର ୪% ଟୋକନ ଲାପ୍ସ; ୭ ହଜାର କୋଟି ବଞ୍ଚାଇଥିବା ଦାବି

ପରଲଗା ଦେଶୀ କୁକୁଡା କିଲେ ପ୍ରତି ୫୦୦ ଟଙ୍କା ଥିବାବେଳେ ମୟୂରଭଞ୍ଜ ଓ କେନ୍ଦୁଝରରୁ କିଛି ଦେଶୀ କୁକୁଡ଼ା ଓ ଖାସି ମାଂସ ରାଜଧାନୀର ଆମିଷ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା । ଅଲଗା ଦିନ ଅପେକ୍ଷା ଆଜି ଅଧିକ ବିକ୍ରି ହୋଇଥିବାରୁ ବେଶ୍ ଖୁସି ବ୍ୟବସାୟୀ।