Stock Market Update: ବୁଧବାର (୨୫ ନଭେମ୍ବର) ଶେୟାର ମାର୍କେଟରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଦିନ ୧୨ ବେଳେ ସେନସେକ୍ସ ୨୦୫୦ ପଏଣ୍ଟ ବୃଦ୍ଧି ପାଇଁ ୮୪,୫୦୦ ସ୍ତରରେ ପହଞ୍ଚିଥିଲା। ସେହିପରି ନିଫ୍ଟି ପାଖାପାଖି ୬୦୦ ପଏଣ୍ଟ ଚଢ଼ି ୨୫,୯୫୦ ସ୍ତର ଛୁଇଁଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ଏଥିରେ ବଡ଼ ହ୍ରାସ ହୋଇ ସେନସେକ୍ସ ୧୧୫୦ ପଏଣ୍ଟକୁ ଖସି ୮୩,୬୦୦ ସ୍ତରକୁ ଆସିଛି। ସେହିପରି ନିଫ୍ଟି ପାଖାପାଖି ଅଧା ୩୫୦ ପଏଣ୍ଟ ଡାଉନ ସହ ୨୫,୭୦୦ରେ କାରବାର କରୁଛି।

ନଭେମ୍ବର ୫ ତାରିଖରେ ବି ଗୋଟିଏ କାରବାର ଦିନରେ ସେନସେକ୍ସ ୨୦୦୦ ପଏଣ୍ଟ ବୃଦ୍ଧି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ୨,୦୭୨.୬୭ ଅଙ୍କ ବୃଦ୍ଧି ସହ ବନ୍ଦ ହୋଇଥିଲା। ସେହିଦିନ କାରବାର ସମୟରେ ୪,୨୦୫ ଅଙ୍କ ପର୍ଯ୍ୟନ୍ତ ଉତ୍ଥାନ ଦେଖିବାକୁ ମିଳିଥିଲା।

ତେବେ ଆଜିର କରାବାରରେ ଆଇଟି ଓ ପ୍ରାଇଭେଟ ବ୍ୟାଙ୍କ ଶେୟାରରେ ସର୍ବାଧିକ କିଣାକିଣି ହୋଇଛି। ଇନଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫ୍ସି ବ୍ୟାଙ୍କ ଓ ବଜାଜ ଫାଇନାନ୍ସ ଶେୟାରରେ ପାଖାପାଖି ୩.୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର ବଜାର ବୃଦ୍ଧିର ୫ ବଡ଼ କାରଣ

୧, ଅଶୋଧିତ ତୈଳ ମୂଲ୍ୟ ହ୍ରାସ: ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧.୪୨% ହ୍ରାସ ପାଇ ୯୦.୧୨ ଡଲାର ହୋଇଛି। ଏହା ନଭେମ୍ବରରେ ଏପର୍ଯ୍ୟନ୍ତ ପ୍ରାୟ ୨୩% ହ୍ରାସ ହୋଇଛି। ଯେହେତୁ ଭାରତ ଏହାର ଅଧିକାଂଶ ତୈଳ ଆବଶ୍ୟକତା ବିଦେଶରୁ କିଣେ, ତେଣୁ ତେଲ ମୂଲ୍ୟ କମିବା ଯୋଗୁ ଦେଶର ଖର୍ଚ୍ଚ କମିଛି। ତେଣୁ ଏଥିପାଇଁ ଆଗକୁ ମୁଦ୍ରାସ୍ଫୀତି ବି କମିପାରେ।

Also Read- ୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଲା ରୁପା ଦର: ଆଜି ୯ ହଜାର ଶସ୍ତା, ସୁନା ମୂଲ୍ୟ ୩ ହଜାରରୁ ଅଧିକ ଶସ୍ତା ହେଲା

୨. ବିଦେଶୀ ନିବେଶକଙ୍କ ରେକର୍ଡ କ୍ରୟ: ପୂର୍ବ ସେସନରେ ବିଦେଶୀ ନିବେଶକମାନେ ୫,୬୭୩ କୋଟି ଟଙ୍କାର ସେୟାର କିଣିଥିଲେ। ଫଳରେ କେବଳ ନଭେମ୍ବରରେ ଏପର୍ଯ୍ୟନ୍ତ ମୋଟ ନିବେଶ ୧.୨୨ ଲକ୍ଷ କୋଟିରେ ରେକର୍ଡ ସ୍ତରରେ ପହଞ୍ଚିଛି। ଭାରତୀୟ ବଜାରର ଦୃଢ଼ ସ୍ଥିତି ଦେଖି ବିଦେଶୀ ନିବେଶକମାନେ ବିପୁଳ ପରିମାଣରେ ନିବେଶ କରିବା ଆରମ୍ଭ କରିଦେଇଛନ୍ତି।

୩. ବ୍ୟାଙ୍କିଙ୍ଗ ଓ ଆଇଟି ଶେୟାରରେ ଜୋରଦାର କିଣାକିଣି: ଦେଶରେ ବ୍ୟାଙ୍କିଙ୍ଗ ସେୟାରରେ ଜବରଦସ୍ତ କିଣାକିଣି ଜାରି ରହିଛି। HDFC, ICICI ଏବଂ Axis ବ୍ୟାଙ୍କରେ ଶେୟାର କିଣା ଯୋଗୁ ନିଫ୍ଟି ବ୍ୟାଙ୍କ ୨% ରୁ ଅଧିକ ବୃଦ୍ଧି ପାଇଛି। ଏହି ସମୟରେ, ଇନଫୋସିସ୍ (୪.୪%) ଏବଂ TCS (୨.୨୪%) ବୃଦ୍ଧି ସହ IT ଷ୍ଟକ୍ ଲଗାତାର ତୃତୀୟ ଦିନ ବି ବଢ଼ିଛି। ବିଶ୍ୱସ୍ତରୀୟ ନିବେଶକମାନେ ଏବେ ଏଆଇ ଷ୍ଟକରୁ ଟଙ୍କା ଉଠାଇ ଭାରତୀୟ କମ୍ପାନୀଗୁଡ଼ିକ ଉପରେ ବାଜି ଲଗାଉଛନ୍ତି।

୪. ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି: ଭାରତୀୟ ଶେୟାର ମାର୍କେଟ୍ରେ ବିଦେଶୀ ନିବେଶ ବଢ଼ିବା ଏବଂ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ଯୋଗୁ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଜଭୁତ ହୋଇଛି। ଟଙ୍କାର ମୂଲ୍ୟ ଡଲାର ପିଛା ୨୩ ପଇସା ବୃଦ୍ଧି କରି ୯୨.୬୨ ଟଙ୍କା ହୋଇଛି। ଟଙ୍କାର ସ୍ତିତି ମଜଭୁତ ହେବାରୁ ବଜାରକୁ ଏକ ସକାରାତ୍ମକ ସଙ୍କେତ ମିଳିଛି। ଫଳରେ ଦେଶର ଆମଦାନୀ ମୂଲ୍ୟ ହ୍ରାସ ହୋଇଥିବା ଏବଂ ଦେଶରେ ବିଦେଶୀ ପୁଞ୍ଜିର ପ୍ରବାହ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

Also Read-ନଭେମ୍ବର ୨୧ରୁ ଡିସେମ୍ବର ୧୫: ୨୫ ଦିନରେ ଦେଶରେ ୫୨ ଲକ୍ଷ ବାହାଘର, ଦେଶର ଅର୍ଥନୀତି ପାଇଁ ବୁଷ୍ଟର୍ ଡୋଜ୍

୫. ବଜାର ଭୟ, କିମ୍ବା "India VIX" ହ୍ରାସ ପାଇଛି: ବଜାର ଅସ୍ଥିରତା ଏବଂ ଭୟ ମାପିବା ସୂଚକାଙ୍କ "India VIX" ୩% ରୁ ଅଧିକ ହ୍ରାସ ପାଇ ୧୭.୧୦ ରେ ପହଞ୍ଚିଛି। ଏହା ସୂଚାଇ ଦିଏ ଯେ ନିବେଶକଙ୍କ ଭୟ ହ୍ରାସ ପାଉଛି ଏବଂ ସେମାନେ ଏବେ ନିର୍ଭୟରେ ନିବେଶ କରୁଛନ୍ତି। ତେଣୁ ଡାଟା ଅନୁସାରେ ବିଦେଶୀ ନିବେଶକମାନେ ୭ ଦିନରେ ୨୩,୦୦୦ କୋଟି ଟଙ୍କାର ସେୟାର କିଣିସାରିଲେଣି। ଯାହା ଭାରତୀୟ ଶେୟାର ମାର୍କେଟ୍ର ଦୃଢ଼ ସ୍ଥିତିକୁ ଦର୍ଶାଉଛି।