ଭୁବନେଶ୍ୱର ୦୩।୦୩ : ୟ୍ୟୁଟୁବର ରାହୁଲ ମହାରଣା ହତ୍ୟା ଘଟଣା । ଦୁଇ ଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ରାହୁଲଙ୍କ ସାଙ୍ଗ ଶିବା ଚମ୍ପତି । ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଶନିବାର କାଳ ରାତିର ଘଟଣା । କେମିତି ହତ୍ୟାକାଣ୍ଡ ହେଲା, କେମିତି ଯୁକ୍ତିତର୍କ ହେଲା, କେମିତି ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଲା । ସମସ୍ତ ଘଟଣା ଗଣମାଧ୍ୟମ ଆଗରେ କହିଛନ୍ତି ଶିବା ।

 

ଫେବୃଆରୀ ୨୮ ତାରିଖ ରାତି । ଜିଜିପି କଲୋନୀ ହାଇସ୍କୁଲ ପଡ଼ିରେ ରାହୁଲ ଓ ତାଙ୍କ ସାଙ୍ଗମାନେ ବସି ଖଟି କରୁଥିଲେ । ଆଉ କିଛି ଦୂରରେ ବସି ଅନ୍ୟ ୩ ଜଣ ନିଶା ସେବନ କରୁଥିଲେ । ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନ୍ରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା। ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ଘଟଣାରେ ତଦନ୍ତ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି। 

ତେବେ ହତ୍ୟା ପରଠାରୁ ରାହୁଲଙ୍କ ସାଙ୍ଗ ଶିବା ନିଖୋଜ ଥିଲେ । ଆଜି ଶିବା ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଏତେ ଦିନ ଯାଏଁ କେଉଁଠି ଥିଲେ ନେଇ ଗଣମାଧ୍ୟମ ପ୍ରଶ୍ନ କରିଥିଲା । ଯାହାର ଉତ୍ତର ଦେଇ ଶିବ କହିଛନ୍ତି ଯେ, ସେହି ଦିନ ରାତିରୁ ମୋ ଦେହ ଖରାପ ଥିଲା । ସେଦିନ ଝଗଡ଼ାରେ ମୋତେ ବି ନିର୍ଘାତ ପିଟିଥିଲେ । ଏପିରିକି ମୋ ମୁଣ୍ଡକୁ ମଧ୍ୟ ଜୋରରେ ବାଡେଇଥିଲେ । ଯାହାଫଳରେ ମୁଁ ବହୋସ ହୋଇଯାଇଥିଲି। ତାପରେ କଣ ହେଲା ମୁଁ ଜାଣିନାହିଁ । ଚେତା ଆସିବା ବେଳକୁ ମୁଁ ମେଡିକାଲରେ ଭର୍ତ୍ତି ହୋଇଥିଲି । ସେଠାରୁ ଚିକିତ୍ସା ପରେ ମୋତେ ଘରକୁ ନେଇଯାଇଥିଲେ ପରିବାର ଲୋକେ । ମୋ ଦେହ ଖରାପ ଥିବାରୁ ମୁଁ ଘରେ ହିଁ ଥିଲେ । ଗତରାତିରେ ମୋତେ ପୋଲିସ ଡାକି ବୟାନ ରେକର୍ଡ କରିଛି । 

ସେହିପରି ହତ୍ୟା କିଏ କରିଛି, ସେନେଇ ପ୍ରଶ୍ନ କରିବାକୁ ଶିବା ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି ଯେ, ଛୁରୀ କେଉଁଠି ଥିଲା ମୁଁ ଦେଖିନି । ସେ ଛୁରୀ ଆଣିଥିଲେ କି ନାହିଁ ମୁଁ ବି ଜାଣିନି । ମୁଁ ରାହୁଲକୁ ମାରିନାହିଁ । ସେମାନେ ହିଁ ରାହୁଲକୁ ମାରିଛି । ମୁଁ କେବଳ ତା ଦାଦାକୁ ଚିହ୍ନିଛି । ଆଉ କାହାକୁ ଜାଣିନାହିଁ । ପ୍ରଥମ ଥର ପାଇଁ ସେମାନଙ୍କୁ ମୁଁ ଏଠାରେ ଦେଖିଥିଲି । ଘରକୁ ଆସିବା ପରେ ମୁଁ ଜାଣିଲି କି ରାହୁଲ ମରିଯାଇଛି । ପରେ ମୋ ସାନ ଭାଇକୁ ପଠେଇଲି, ଆଉ କହିଲିକି ରାହୁଲକୁ ଦେଖିକି ଆସେ । ତେବେ ଜଣେ କାହିଁକି ଛୁରୀ ଧରିକି ବୁଲିବ । ସେନେଇ ମୋ ସନ୍ଦେହ ସୃଷ୍ଟି ହେଉଛି । 

ଏ ଖବର ବି ପଢନ୍ତୁ:- ଉପସାଗରୀୟ ଦେଶଗୁଡ଼ିକରେ ମହାଯୁଦ୍ଧ! ଆଗକୁ ସାରା ବିଶ୍ୱକୁ ତେଲ ଟେନସନ୍, ଭାରତ କିନ୍ତୁ ଋଷ ରାସ୍ତାରେ