ନୂଆଦିଲ୍ଲୀ, ୦୪/୧୦ :ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସିରିଜ୍ ଜିତିଛି ଭାରତ । ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳକୁ୨-୧ରେ ମାତ୍ ଦେଇଛି । ତେବେ ସିରିଜରେ ଭାରତୀୟ ବ୍ୟାଟସମ୍ୟାନ୍ ଦବଦବା ଦେଖାଇଥିଲେ । ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍, କେଏଲ ରାହୁଲ, ଋତୁରାଜ ଗାଏକଓ୍ୱାଡ ଆଦି ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ବୋଲରମାନେ ଫେଲ୍ ମାରିଥିଲେ ।

ପ୍ରଥମ ଦିନିକିଆରେ ଇଣ୍ଡିଜ ଭଲ ସ୍କୋର କରିଥିଲା । ଭାରତୀୟ ବୋଲର ଓ୍ୱିକେଟ୍ ନେବାରେ ସକ୍ଷମ ହୋଇନଥିଲେ । ସେହିପରି ଦ୍ୱିତୀୟ ଦିନିକିଆରେ ଭାରତୀୟ ବୋଲରଙ୍କୁ ନିର୍ଘାତ ପ୍ରାହର କରିଥିଲେ ଇଣ୍ଡିଜ୍ ବ୍ୟାଟର୍ ।୪୦୦ଉପରେ ସ୍କେରା କରିଥିଲେ । କିନ୍ତୁ ବ୍ୟାଟରଙ୍କ ପାଇଁ ଭାରତ ମ୍ୟାଚ୍ ଜିତିଥିଲା । ତୃତୀୟ ଦିନିକିଆରେ ଭାରତ୩୫୦ରୁ ଅଧିକ ସ୍କୋର କରିଥିଲେ ବି ପରାସ୍ତ ହୋଇଛି । କାରଣ ବୋଲରମାନେ ଓ୍ୱିକେଟ୍ ନେବାରେ ବିଫଳ ହୋଇଥିଲେ । ଏହାସହ ଲାଇନ୍ ଲେନଥରେ ବୋଲିଂ କରିପାରିନଥିଲେ ।

ଏସବୁକୁ ନେଇ ଭାରତୀୟ ଦଳର କୋଚିଂ ଷ୍ଟାଫଙ୍କୁ ଅଧିନାୟକ ଗିଲ୍ ଟାର୍ଗେଟ୍ କରିଛନ୍ତି । ତୃତୀୟ ଦିନିକିଆରେ ପରାଜୟ ପରେ ଗିଲ୍ କହିଛନ୍ତି ଯେ, ବୋଲରମାନେ ହିଁ ପରାଜୟ ପାଇଁ ଦାୟୀ । ପାଓ୍ୱାରପ୍ଲେ ଏବଂ ଡେଥ୍ ଓଭରରେ ସେମାନେ ଭଲ ବୋଲିଂ କରିନଥିଲେ । ମିଡିଲ୍ ଓଭରରେ ମଧ୍ୟ ଓ୍ୱିକେଟ୍ ନେବା ସହଜ ନଥିଲା । ଯଦି ପାଓ୍ୱାରପ୍ଲେ ଏବଂ ଡେଥ୍ ଓଭରରେ ଓ୍ୱିକେଟ୍ ମିଳିବନି ତାହାଲେ ହାତରୁ ମ୍ୟାଚ୍ ଖସିଯାଏ ।

ସେ ଆହୁରି କହିଛନ୍ତି, ଏହି ସିରିଜରେ ହାଇସ୍କୋର ହୋଇଛି । କାରଣ ବୋଲରଙ୍କ ପାଇଁ ସେପରି କିଛି ନଥିଲା । ବୋଲରମାନେ ଓ୍ୱିକେଟ୍ ନେଇପାରୁନଥିଲେ । ତୃତୀୟ ମୁକାବିଲାରେ ମଧ୍ୟ ଭାରତ ଶୀଘ୍ର ଦୁଇଟି ଓ୍ୱିକେଟ୍ ହରାଇଥିଲା । କିନ୍ତୁ ବଡ ସ୍କୋର କରିପାରିଥିଲା ।

Also Read :- ବାଂଲାଦେଶରେ ଭୟଙ୍କର ଘଟଣା : କାଟି ଦେଲେ ଦୁର୍ଗା ମା'ଙ୍କ ମସ୍ତକ, ମନ୍ଦିରରେ ଭାଙ୍ଗିଲେ ମୂର୍ତ୍ତି

ଆହୁରି ମଧ୍ୟ ଗିଲ୍ କହିଛନ୍ତି ଯେ, ଭାରତୀୟ ଫିଲ୍ଡର କ୍ୟାଚ୍ ମିସ୍ କରିଥିଲେ । ତିନିରୁ ଚୋରିଟି କ୍ୟାଚ୍ ହାତରୁ ଖସିଛି । ଏହା ଉପରେଅଧିକ ଧ୍ୟାନ ଦିଆଯିବା ଦରକାର । ଫିଲ୍ଡିଂ ମଧ୍ୟ ସେମିତି ପ୍ରଭାବୀ ନଥିଲା । ଏସବୁକୁ ଧ୍ୟାନ ଦେବା ଦରକାର । ବିଶ୍ୱକପ୍ ପୂର୍ବରୁ ଏଥିରେ ସୁଧାର ଆସିବା ଜରୁରୀ । ବୋଲର ଓ୍ୱିକେଟ୍ ନନେଲେ ଫିଲ୍ଡିଂ ଭଲ ହେବା କଥା । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଉଥିବା ସେ କହିଛନ୍ତି ।