ନୂଆଦିଲ୍ଲୀ, ୦୪/୧୦ :ବାଂଲାଦେଶରେ ବିପଦରେ ହିନ୍ଦୁ । କେଉଁଠି ହିନ୍ଦୁଙ୍କୁ ଆକ୍ରମଣ ଏବଂ ହତ୍ୟା କରାଯାଉଛି । ଆଉ କେଉଁଠି ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ନିଆଯାଉଛି । ନୂଆ ସରକାର ଗଠନ ପରେ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଛି ବାଂଲାଦେଶ । ଏହାମଧ୍ୟରେ ଆଉ ଏକ କଥା ସାମ୍ନାକୁ ଆସିଛି ।

ଆଉ କିଛି ଦିନ ପରେ ଆରମ୍ଭ ହେବ ଦଶହରା ପୂଜା । ଏଥିପାଇଁ ଶକ୍ତିକ୍ଷେତ୍ର ଚଳଚଞ୍ଚଳ ହୋଇ ପଡିଛି । ଏହା ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ବାଂଲାଦେଶରେ ଏକ ମନ୍ଦିରରେ ଦୁର୍ଗାଙ୍କ ମୂର୍ତ୍ତି ଭଙ୍ଗାରୁଜା କରାଯାଇଛି । ତଙ୍ଗେଲ ଜିଲ୍ଲାର ମିର୍ଜାପୁର ସ୍ଥିତ ଏକ ହିନ୍ଦୁ ମନ୍ଦିରରେ କିଛି ବ୍ୟକ୍ତି ଆତଙ୍କ ଖେଳାଇଛନ୍ତି ।

Also Read :- Unidentified object Nilagiri: ଗଛରେ ଝୁଲୁଥିଲା ‘P0086’ ଲେଖା ଅଜଣା ବସ୍ତୁ, ଜାଣନ୍ତୁ କ’ଣ କହିଲା ଇସ୍ରୋ

ମାଆଙ୍କ ଏହି ମନ୍ଦିରରେ ୮୫ବର୍ଷ ହେଲା ଦୁର୍ଗାପୂଜା ପାଳନ ହେଉଛି । ଏଥର ମଧ୍ୟ ସେପରି କିଛି ଆୟୋଜନ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ମାଆଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି । ଏପରିକି ମସ୍ତକକୁ ଅଲଗା କରି ଦିଆଯାଇଛି । ଏହାକୁ ନେଇ ସେଠାକାର ହିନ୍ଦୁ ସମୁଦାୟ ଦୁଋଖ ପ୍ରକାଶ କରିବା ସହ ବିରୋଧ ମଧ୍ୟ କରିଛନ୍ତି ।

ଗତ ବୁଧବାର ରାତି ଯାଏଁ ଭକ୍ତମାନେ ମନ୍ଦିରରେ ଥିଲେ । କିନ୍ତୁ ଗୁରୁବାର ସକାଳେ ଦେଖିଲା ବେଳକୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଥିଲା । ଏହା ଶ୍ରଦ୍ଧାଳୁଙ୍କ ଭବନାକୁ ଆଘାତ ଦେଇଛି । ଅନ୍ୟ ଦିଗରେ ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଗତ ୨୦୨୪ ଜୁଲାଇ ଏପରି ଘଟଣାବାରମ୍ବାର ସାମ୍ନାକୁ ଆସୁଛି । ଗତ ତିନି ମାସରେ ବାଂଲାଦେଶରେ ୧୬୨ ହିନ୍ଦୁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଘରକୁ ଜାଳି ଦିଆଯାଉଛି ।