ପୁରୀ ୧୯।୦୫ : ଅମାନିଆ ଇସ୍କନ। ଦେଶ-ବିଦେଶରେ କରୁଛି ରଥଯାତ୍ରାର ଆୟୋଜନ । ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା। ଗତ ଶନିବାର ଏହି ଦୁଇ ସ୍ଥାନରେ ରଥଯାତ୍ରାର ଆୟୋଜନ କରାଯାଇଥିଲା । ଆଉ ଏବେ ଉତ୍ତରପ୍ରଦେଶ ହାପୁର ଜିଲ୍ଲାରେ ଶ୍ରୀଜଗନ୍ନାଥ ରଥଯାତ୍ରା ସେବା ସମିତି ପକ୍ଷରୁ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ନେଇ ଚାଲିଛି ବ୍ୟବସ୍ଥା। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୃଢ଼ ପ୍ରତିବାଦ କରିଛି।

Also Read:-Twisha Sharma Case: ତ୍ଵିଶାଙ୍କ ପାଇଁ ଅନଲକି ଥିଲା ନମ୍ଵର -୧୨ ! ଯେଉଁ ତାରିଖରେ କରିଥିଲେ ବିବାହ, ସେହି ଡେଟ୍‌ରେ ହାରିଲେ ଜୀବନ....

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଉତ୍ତରପ୍ରଦେଶର ଭାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଏଭଳି ଅଦିନିଆ ତିଥିରେ ରଥଯାତ୍ରା ପାଳନରୁ ନିବୃତ୍ତ ରହିବା ଲାଗି ଅପିଲ୍ କରାଯାଇଛି। ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ରଥଯାତ୍ରା , ପାରମ୍ପରିକ ତଥା ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ଜୁଲାଇ ୧୪ ଓ ୧୬ ତାରିଖରେ ଅନୁଷ୍ଠିତ ହେବ । ଏହି ଦିନ ଭିନ୍ନ ଅନ୍ୟ କୌଣସି ଦିନ ନେତ୍ରୋତ୍ସବ ଓ ରଥଯାତ୍ରା ପାଳନ କଲେ ଦେଶ ବିଦେଶର ଅଗଣିତ ଭକ୍ତ ମାନଙ୍କର ଧାର୍ମିକ ଭାବନାରେ ଆଘାତ ସୃଷ୍ଟି କରିବ ବୋଲି ମୁଖ୍ୟ ପ୍ରଶାସକ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

Watch Video:-