ଭୁବନେଶ୍ବର ୪।୧୧: ରାଜଧାନୀରେ ସକ୍ରିୟ ଲୁଙ୍ଗି ଗ୍ୟାଙ୍ଗ । ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ସେମାନଙ୍କ ନିକଟରୁ ୫ ଲକ୍ଷ ଟଙ୍କାର AC ଓ କମ୍ପ୍ରେସର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ସେକ୍ ଜମାଲ, ସେଖ ମିନିରୁଲ, ସେଖ ଫାରୁକ ଓ ଅଶୋକ ମହାନ୍ତି ।

Also Read:- ଜନଗହଳି ଅଞ୍ଚଳରେ ବାଣ ଫୁଟାଇବା ମନା, କଟକବାସୀଙ୍କୁ ଡିସିପିଙ୍କ ବଡ଼ ଅପିଲ୍

ଦିନରେ କବାଡ଼ିଆ ବେଶରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି କରୁଥିଲେ ରେକି । ଆଉ ରାତି ହେଲେ ବିଭିନ୍ନ ଦୋକାନ ଘରୁ AC କମ୍ପ୍ରେସର ଚୋରି କରୁଥିଲେ । ୟୁନିଟ୍-୩ ଅଞ୍ଚଳରେ ଗୋଦାମ କରି ସେଠାରେ ଚୋରି ସାମଗ୍ରୀକୁ କାଟି ଖଣ୍ଡ ଖଣ୍ଡ କରି ବିକୁଥିଲେ । ସିସିଟିଭି ଫୁଟେଜ୍ରୁ ଗ୍ୟାଙ୍ଗର କାରନାମା ସାମ୍ନାକୁ ଆସିଥିଲା । ପରେ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।