ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ ସମସ୍ତଙ୍କ ଜୀବନରେ ବଡ଼ ପ୍ରଭାବ ପକାଇଥାଏ। ଚଳିତ ଜୁଲାଇ ମାସରେ ଏମିତି ଏକ ବଡ଼ ଗ୍ରହ ପରିବର୍ତ୍ତନ ହେବାକୁ ଯାଉଛି, ଯାହା କିଛି ନିର୍ଦ୍ଦିଷ୍ଟ ରାଶିର ଭାଗ୍ୟ ବଦଳାଇ ଦେବ। ଆସନ୍ତା ଜୁଲାଇ ୧୯ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଶନି ଏବଂ ମଙ୍ଗଳ ଗ୍ରହ ମଧ୍ୟରେ ଏକ ବିଶେଷ ‘ଲାଭ ଦୃଷ୍ଟି ଯୋଗ’ (୬୦ ଡିଗ୍ରୀ) ସୃଷ୍ଟି ହେବାକୁ ଯାଉଛି।

ଜ୍ୟୋତିଷ ଗଣନା ଅନୁଯାୟୀ, ଶନି ଓ ମଙ୍ଗଳଙ୍କ ଏହି ଯୋଗ ସୃଷ୍ଟି ହେବା ଦ୍ବାରା ୪ଟି ରାଶିର ଜାତକଧାରୀଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବ। ସେମାନେ ଆର୍ଥିକ ସ୍ତରରେ ବେଶ୍ ଲାଭବାନ ହେବେ।

ମେଷ ରାଶି

ଏହି ଶୁଭ ଯୋଗ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଅନେକ ନୂଆ ସୁଯୋଗ ଆଣିବ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ସଫଳତାର ସହ ଶେଷ ହେବ। ଚାକିରିଙ୍କୁ କର୍ମକ୍ଷେତ୍ରରେ ବଡ଼ ପଦବୀ କିମ୍ବା ନୂଆ ଦାୟିତ୍ୱ ମିଳିପାରେ। ପୂର୍ବରୁ କରିଥିବା ପୁଞ୍ଜିନିବେଶରୁ ଭଲ ଲାଭ ମିଳିବ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ବିଛା ରାଶି

ବିଛା ରାଶିର ବ୍ୟକ୍ତିବିଶେଷଙ୍କ ଆର୍ଥିକ ସ୍ଥିତିରେ ବଡ଼ ସୁଧାର ଆସିବ। ରୋଜଗାରର ନୂଆ ନୂଆ ମାଧ୍ୟମ ସୃଷ୍ଟି ହେବ ଏବଂ ଫସି ରହିଥିବା ଟଙ୍କା ସହଜରେ ଫେରସ୍ତ ମିଳିବ। ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ସହ ପଦୋନ୍ନତି ମିଳିବାର ଯୋଗ ରହିଛି। ବ୍ୟବସାୟର ସମ୍ପ୍ରସାରଣ ହେବ ଏବଂ ମାନସିକ ଚିନ୍ତା ଦୂର ହେବ।

Also Read: ଶୁକ୍ରଙ୍କ ପୂର୍ବାଫାଲଗୁନୀ ନକ୍ଷତ୍ରରେ ଗୋଚର: ଏହି ୪ଟି ରାଶିର ଲୋକଙ୍କ ଉପରକୁ ମାଡ଼ି ଆସିବ ବିପଦ

ମକର ରାଶି

କ୍ୟାରିୟର ଏବଂ ବାଣିଜ୍ୟ ଦୃଷ୍ଟିରୁ ମକର ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ. ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ ଏବଂ ବଡ଼ ଗ୍ରାହକଙ୍କ ସହ ନୂଆ ଚୁକ୍ତି ହୋଇପାରେ। କର୍ମଜୀବୀମାନଙ୍କୁ ଉନ୍ନତିର ଅନେକ ସୁଯୋଗ ମିଳିବ। ଏହା ସହିତ ଆର୍ଥିକ ସ୍ଥିତି ସୂଦୃଢ଼ ଓ ସ୍ଥିର ହେବ।

କୁମ୍ଭ ରାଶି

ମଙ୍ଗଳ ଓ ଶନିଙ୍କ ଏହି ଦୃଷ୍ଟି ଯୋଗ କୁମ୍ଭ ରାଶିର ଜାତକଙ୍କୁ ସକାରାତ୍ମକ ପରିଣାମ ପ୍ରଦାନ କରିବ। ଅଫିସରେ ସହକର୍ମୀ ଏବଂ ବରିଷ୍ଠ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବାଣିଜ୍ୟ ବ୍ୟବସାୟରେ ନୂଆ ଅଫର ମିଳିବା ଦ୍ୱାରା ଲାଭର ପରିମାଣ ବଢ଼ିବ। ପରିବାରରେ ହସଖୁସିର ମାହୋଲ ରହିବା ସହ ସୁଖ-ଶାନ୍ତି ବଜାୟ ରହିବ।