ବେଜିଂ, ୬/୧୧ : ଚୀନରେ ଲଗାତାର ଭୂମିକମ୍ପ ଝଟକା । ଗୁରୁବାର ରାତିରେ ଥରିଥିଲା ଡ୍ରାଗନ୍ ମାଟି । ପୁଣି ଥରେ ବିଳମ୍ବିତ ରାତ୍ରରେ ଚୀନରେ ଭୂମିକମ୍ପ ଅନୁଭୂତ ହୋଇଛି ।

ରିପୋର୍ଟ ଅନୁସାରେ, ଚୀନରେ ଗୁରୁବାର ଦ୍ୱିତୀୟ ଥର ଭୂମିକମ୍ପର ଝଟକା ଲାଗିଛି । ରାତି ପ୍ରାୟ ସାଢେ ୧୦ଟାରେ ଏଠାରେ ମାଟି ଥରି ଉଠିଥିଲା । ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ଲଗାତାର ଝଟକା ପରେ ସେମାନେ ଭୟଭୀତ ହୋଇ ରହିଛନ୍ତି । ତେବେ ରିକ୍ଟର ସ୍କେଲରେ ତୀବ୍ରତା ୫.୦ ରେକର୍ଡ ହୋଇଛି ।

Also Read :- ଭାରତରେ ବୁଲୁଛି 'ସାଇଲେଣ୍ଟ୍ କିଲର : ପ୍ରତି ମିନିଟରେ ନେଉଛି ୪ ମୁଣ୍ଡ, ବର୍ଷକରେ ଗଲାଣି ୨୦ ଲକ୍ଷ ଜୀବନ

ଏନସିଏସର କହିବାନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଦେଶର ସିନଜିୟାଙ୍ଗ୍ ଅଞ୍ଚଳରେ ରହିଥିଲା । ଏହାର ତୀବ୍ରତା ୫.୦ ବୋଲି ଜଣା ପଡିଛି । କେହି ମୃତାହତ ହୋଇନଥିଲେ ବି କିଛି ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ରାତିରେ ଝଟକା ଲାଗିଥିବାରୁ ଅନେକ ବ୍ୟକ୍ତି ଘର ବାହାରେ ହିଁ ରାତି କାଟିଥିବା ଜଣା ପଡିଛି ।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ମଧ୍ୟ ଦେଶରେ ଝଟକା ଲାଗିଥିଲା । ସକାଳ ୬ଟା ୧୯ରେ ଚୀନ ଥରି ଉଠିଥିଲା । ଯାହାର କେନ୍ଦ୍ରସ୍ଥଳୀ ବୂପୃଷ୍ଣରୁ ୧୦କିମି ଗଭୀରରେ ଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରହିଥିଲା ।