ଅନୁଗୋଳ ୦୭।୦୫ : ସେକ୍ସ ରାକେଟ୍ ଠାବ । ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଅନୁଗୋଳ ସହରର ସୌଭାଗ୍ୟନଗରରେ ଏକ ଘରେ ସେକ୍ସ ରାକେଟ୍ ଚାଲିଥିବାର ଗୁଇନ୍ଦା ଖବର ପାଇଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ ଘରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସକୁ ଭୟଙ୍କର ତଥ୍ୟ ମିଳିଛି । ଦୀର୍ଘ ବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ କୁଆଡେ ସେକ୍ସ ରାକେଟ୍ ଚଳାଉଥିଲେ ଜଣେ ବୃଦ୍ଧ । ପୋଲିସର ଚଢାଉ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ମିଳିଛି । ଏହାସହ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି ।

Also Read:-ଆସୁଛି ବାତ୍ୟା ! ଓଡିଶାରେ କରିବ କି ଲ୍ୟାଣ୍ଡଫଲ୍ ? ବିଭିନ୍ନ ମଡେଲ ବଢାଇଲାଣି ଚିନ୍ତା

ଅନ୍ୟପଟେ ସେକ୍ସ ରାକେଟ୍ ଚଳାଇଥିବା ବୃଦ୍ଧ ଘରେ ଏକୁଟିଆ ରୁହନ୍ତି । ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ବାହାରେ ରହୁଛନ୍ତି। ସେ ଦୀର୍ଘବର୍ଷ ହେଲା ନିଜ ଘରକୁ ରୂପଜୀବୀମାନଙ୍କୁ ଡକାଇ ସେକ୍ସ ରାକେଟ୍ ଚଳାଇଥିଲେ । ପୋଲିସ୍ ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ଗତ ମାସକ ମଧ୍ୟରେ ଟାଉନ୍ ଥାନା ପୋଲିସ୍ ୨ୟ ଥର ପାଇଁ ସେକ୍ସ ରାକେଟ୍ ଠାବ କରିଛି । ଗତମାସ ୯ ତାରିଖରେ ଟାଉନ୍ ଥାନା ପୋଲିସ୍ ସହର ଉପକଣ୍ଠ ତୁରଙ୍ଗ ଠାରେ ଏକ ଲଜ୍ରେ ଚାଲିଥିବା ସେକ୍ସ ରାକେଟ୍ର ପୁଲିସ୍ ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ ପୋଲିସ୍ ଲଜ୍ ମାଲିକ, ମ୍ୟାନେଜର ସମେତ ୨ ଗ୍ରାହକଙ୍କୁ ଗିରଫ କରିବା ସହିତ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ।