ଛତ୍ରପୁର ୦୧।୧୦ : ସିରିଜ୍ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା । ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ଟ୍ରକ ରାସ୍ତା ପାର୍ଶ୍ବରେ ଠିଆ ହୋଇଥିବା ଏକ ମିନି ବସକୁ ଧକ୍କା ଦେଇଥିଲା l ମିନି ବସଟି ଭାରସାମ୍ୟ ହରାଇ ଏକ ସ୍କୁଟି ଓ ୪ ଟି ବାଇକ ଉପରେ ଚଢି ଯାଇଥିଲା l ଯାହା ଫଳରେ ଜଣେ ଯୁବକ ବସ ଚକା ତଳେ ଚାପି ହୋଇ ଯାଇଥିଲେ l ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନିଜ ଗାଡ଼ିରେ ଗୁରୁତରମାନଙ୍କୁ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ l ସେଠାରେ ଟୁକୁନାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର l ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଚମାଖଣ୍ଡି ଥାନା ପୋଲିସ ଗାଡିକୁ କାଳିଆବାଲି ରୋଡ଼ରେ ଗୋଡ଼ାଇ ଗୋଡ଼ାଇ ଧରିଥିବା ସୂଚନା ମିଳିଛି l

Also Read:-BDO suspended: ଚାନ୍ଦବାଲି BDOଙ୍କ ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ, ସସ୍‌ପେଣ୍ଡ ପରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ