ଚାନ୍ଦବାଲି ୧।୧୦: ଚାନ୍ଦବାଲି BDO ସଞ୍ଜୀବ କୁମାର ମହାପାତ୍ର ସସ୍‌ପେଣ୍ଡ । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବୁଧବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଅଫିସ୍ ଅର୍ଡର ଜାରି ହୋଇଛି । BDO ସଞ୍ଜୀବ କୁମାର ମହାପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଥିବା ଅର୍ଡରରେ ଉଲ୍ଲେଖ ରହିଛି ।

​​​​​​​

Also Read:- ହାଇକୋର୍ଟରେ ବିଚାରପତି ନିଯୁକ୍ତି ଦାବି, କଟକରୁ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ବିଶାଳ ରାଲି, ଆଇନ ମନ୍ତ୍ରୀଙ୍କ ଆଶ୍ୱାସନ

ତେବେ ସସ୍‌ପେଣ୍ଡ ପରେ ତାଙ୍କ ହେଡକ୍ୱାର୍ଟର ଅର୍ଥାତ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ସେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

Watch Video: