ଭଦ୍ରକ ୨୬।୦୪ : ବେଆଇନ ଭାବେ କାରରେ ହେଉଥିଲା ଗୋ-ଚାଲାଣ । ଏମିତି ଏକ କାରକୁ ଧରିବା ପରେ ଗୋରୁଙ୍କ ଗାଡ଼ିକୁ ବାହାର କରିବା ପରେ ଜାଳିଦେଇଥିବା ସୂଚନା ମିଳିଛି । ତେବେ କାର୍ରେ କିଏ ନିଆଁ ଲଗାଇଛି, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।

Also Read:-ବିଶ୍ୱରେ ବଢୁଛନ୍ତି 'ସୁପର୍ ରିଚ୍', ପ୍ରତିଦିନ ଅତି ଧନୀ ତାଲିକାରେ ସାମିଲ ହେଉଛନ୍ତି ୮୯ ବ୍ୟକ୍ତି

ଖବର ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ବନ୍ତ ଛକ ନିକଟରେ ଏମିତି ଏକ ଘଟଣା ଘଟିଛି । ଏକ କାର୍ଟି ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିବାର ଏକ କାର୍ରେ ୫ଟି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିଲା । କେତେକ ଲୋକ କାର୍କୁ ଅଟକାଇବାରେ ସମର୍ଥ ହେବା ପରେ କାରରୁ ଗୋରୁଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ କାର୍ର ଡ୍ରାଇଭର ଫେରାର ହୋଇଯାଇଥିଲା । ପରେ କେହି କାର୍ରେ ନିଆଁ ଲଗାଇଥିବା ବେଳେ କାର୍ଟି ଜଳି ପୁରା ପାଉଁଶ ହୋଇଯାଇଛି । ଭଦ୍ରକ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଥିବା ବେଳେ ଭଦ୍ରକ ସହରାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।