ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦ ସ୍ଥିତ ବସୁନ୍ଧରା ଫାଣ୍ଡିରେ ବିସ୍ଫୋରଣ ଘଟିଛି। କିଏ ଏହି ଘଟଣାର ମାଷ୍ଟରମାଇଣ୍ଡ, ତାକୁ ନେଇ ଆରମ୍ଭ ହୋଇଛି ତନାଘନା।  ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲକୁ ଏବେ ଚର୍ଚ୍ଚା। ଏଥିରେ ଏକ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, 'ତେହରିକ୍-ଏ-ମୁଜାହିଦ୍ଦିନ୍-ଏ-ହିନ୍ଦୁସ୍ତାନ' ନାମକ ଏକ ସଂଗଠନ ଏହି ଆକ୍ରମଣର ଦାୟିତ୍ୱ ନେଇଛି।

ସେମାନେ ଦାବି- ଗାଜିଆବାଦରେ 'କେଶରୀ ଶାସନ' ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୂପ ସେମାନେ ପୋଲିସକୁ ଟାର୍ଗେଟ କରିଛନ୍ତି। ପୋଷ୍ଟରେ ଉଲ୍ଲେଖ କରାଯାଇଛି, "ଆମ ଘର, ମସଜିଦ, ବିଶ୍ୱାସ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଲଢ଼ିବାର ଅଧିକାର ଆମର ଅଛି। ଆମେ ବର୍ତ୍ତମାନର ଶାସନକୁ ବୈଧ ବୋଲି ମାନୁନାହୁଁ ଏବଂ ନିଜ ଅଧିକାର ପାଇଁ ଲଢ଼େଇ ଜାରି ରଖିବୁ।" ପୋଲିସ ଏପର୍ଯ୍ୟନ୍ତ ଏହି ପୋଷ୍ଟର ସତ୍ୟତା ଯାଞ୍ଚ କରିନାହିଁ।

ରିପୋର୍ଟ ଅନୁଯାୟୀ, ଆକ୍ରମଣର ଦାୟିତ୍ୱ ନେଇଥିବା ପୋଷ୍ଟଟି 'ଘାଜି ୨' (Ghazi 2) ନାମକ ଏକ 'X' (ପୂର୍ବରୁ ଟ୍ୱିଟର) ଆକାଉଣ୍ଟ ମାଧ୍ୟମରେ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ପୋଲିସ, ଉତ୍ତର ପ୍ରଦେଶ ପୋଲିସ ପାକିସ୍ତାନର 'ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ' (ISI) ଏବଂ ଶାହଜାଦ ଭଟ୍ଟି ନାମକ ଜଣେ ବ୍ୟକ୍ତିଙ୍କ ସହ ଜଡ଼ିତ ଏକ ସନ୍ଦିଗ୍ଧ ଗୋଷ୍ଠୀର ପର୍ଦ୍ଦାଫାସ କରିଛି।

Also Read:E20 ନା ଏହା 420, ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍, କହିଲେ- କମ୍ପାନି ଉପରେ କେବେ ଆକ୍ସନ ନେବେ ମୋଦୀ

ଉତ୍ତର ପ୍ରଦେଶର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଅମିତାଭ ୟଶ କହିଛନ୍ତି ଯେ, ଅଭିଯୁକ୍ତମାନେ ପୋଲିସ କର୍ମଚାରୀ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଥିଲେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ତଦନ୍ତକାରୀ ଅଧିକାରୀମାନେ ବସୁନ୍ଧରା ପୋଲିସ ଆଉଟପୋଷ୍ଟରେ ଘଟିଥିବା ବିସ୍ଫୋରଣ ସହ ଜଡ଼ିତ ସମସ୍ତ ଦିଗର ଯାଞ୍ଚ କରୁଛନ୍ତି।