ନୂଆଦିଲ୍ଲୀ,/୦୯ :ହୁତି ବିଦ୍ରୋହୀଙ୍କ ଆକ୍ରମଣର ମୁକାବିଲା ପାଇଁ ସାଉଦି ଆରବ ଇସ୍ରାଏଲକୁ ସାହାଯ୍ୟ ମାଗିଛି। ଏ ନେଇ ଆମେରିକାର କେନ୍ଦ୍ରୀୟ କମାଣ୍ଡଙ୍କ ମଧ୍ଯସ୍ଥିରେ ଇସ୍ରାଏଲ ଏବଂ ସାଉଦି ଆରବ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ୟେମେନର ଲୋହିତ ସାଗର ତଟ ଏବଂ ବାବ ଅଲ୍-ମନ୍ଦେବ ପ୍ରଣାଳୀର ବଡ଼ ଭାଗକୁ ହୁତି ବିଦ୍ରୋହୀମାନେ କବଜା କରିଥିବା ବେଳେ ସେମାନେ ଏବେ ସାଉଦି ଆରବର ବେଶ୍ ନିକଟରେ ପହଞ୍ଚିଯାଇଛନ୍ତି। ଫଳରେ ସାଉଦି ଆରବର ସୁରକ୍ଷା ଏବଂ ବାଣିଜ୍ୟ ଉପରେ ବଡ଼ ସଙ୍କଟ ଆସିଛି।

ରିପୋର୍ଟ ମୁତାବକ,ସାଉଦି ଆରବ ମକ୍କା, ପ୍ରତିରକ୍ଷା ସେଣ୍ଟର ଉପରେ ହୁତି ଆକ୍ରମଣ ତୀବ୍ର କରିଛି। ପ୍ରଥମେ ସାଉଦି ପାକିସ୍ତାନକୁ ସାହାଯ୍ୟ ମାଗିଥିଲା । କିନ୍ତୁ ପାକିସ୍ତାନ ୟେମେନରେ ଲଢ଼ିବା ଲାଗି ନିଜ ସୈନ୍ୟ କିମ୍ବା ସାମରିକ ଉପକରଣ ପଠାଇବାକୁ ମନା କରିଥିଲା । ପାକିସ୍ତାନ କହିଥିଲା ଯେ,ସାଉଦି ଆରବର ଜମି ରକ୍ଷା କରିବା ଲାଗି ସେ ସେନା ମୁତୟନ କରିପାରିବ। କିନ୍ତୁ ଏହା ଅନ୍ୟ ଦେଶର ମାଟିରୁ ଯୁଦ୍ଧରେ ସାମିଲ ହୋଇପାରିବନି। ଏହା ପରେ ସାଉଦି ଆରବ ଇସ୍ରାଏଲକୁ ଗୁଇନ୍ଦା ସହାୟତା ମାଗିଛି।

Also Read :- ଆସିଲା ମଡେଲ୍ : ଓଡିଶାରେ ମାଡ଼ ହେବ ବାତ୍ୟା ! ଏହି ଜାଗାରେ କରିପାରେ ଲ୍ୟାଣ୍ଡଫଲ୍

ସବୁଠୁ ଖାସ୍ କଥା ହେଉଛି ସାଉଦି ଆରବ ଇସ୍ରାଏଲକୁ ସ୍ବତନ୍ତ୍ର ଦେଶର ମାନ୍ୟତା ଦେଇନି କିମ୍ବା ଇସ୍ରାଏଲ ସହ କୌଣସି କୂଟନୈତିକ ସମ୍ପର୍କ ବି ନାହିଁ । ଗତ ସପ୍ତାହରେ ହୁତି ନିକଟରେ ସାଉଦିର ତୈଳ ପାଇପଲାଇନ ଏବଂ ରିଫାଇନାରୀ ଉପରେ ଡ୍ରୋନ୍ ଆକ୍ରମଣ ଦ୍ବାରା ବ୍ୟାପକ କ୍ଷତି ପହଞ୍ଚିଛି। ଏପରିକି ସାଉଦି ଆରବକୁ ଏହାର ବିକଳ୍ପ ତଥା ଗୁରୁତ୍ୱପୂର୍ଣ୍ଣ ପାଇପଲାଇନକୁ ବନ୍ଦ କରିବାକୁ ପଡ଼ିଥିଲା। ଲୋହିତ ସାଗରରେ ହୁତି ବିଦ୍ରୋହୀମାନେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଦ୍ଵୀପପୁଞ୍ଜ ମଧ୍ୟ କବ୍ଜା କରିଛନ୍ତି,ଯାହା କି ସାଉଦି ଆରବର ମୁଣ୍ଡବଥା ବଢ଼ାଇଛି।