ନୂଆଦିଲ୍ଲୀ, ୩୦। ୦୭ : ଇରାନ ଯୁଦ୍ଧରେ ଏବେ ସାଉଦି ଆରବର ଏଣ୍ଟ୍ରି ହୋଇଛି। ମଙ୍ଗଳବାର ରାତିରେ ସାଉଦି ଆରବ ଆମେରିକା ସହ ମିଶି ଇରାକରେ ଇରାନ ସମର୍ଥକ ସଶସ୍ତ୍ର ଗୋଷ୍ଠୀ ପପୁଲାର ମୋବିଲାଇଜେସନ୍ ଫୋର୍ସ (ପିଏମଏଫ୍)ର ଠିକଣା ଉପରେ ଆକ୍ରମଣ କରିଛି। ଏହି ସମୟରେ ପିଏଏଫର ଅସ୍ତ୍ରଶସ୍ତ୍ର ଭଣ୍ଡାର, ଲଜିଷ୍ଟିକ୍ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଥିଲା। ଆକ୍ରମଣରେ ପିଏସଏଫର ଅତି କମରେ ୨୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍) କହିଛି ଯେ, ଇରାନ ସମର୍ଥିତ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ଇସଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି )ନିର୍ଦ୍ଦେଶରେ ଏହି ସବୁ ଠିକଣାରୁ ଆମେରିକୀୟ ସୈନିକ ଏବଂ ସାଉଦି ଆରବର ଶକ୍ତି ଭିଭିଭୂମି ଉପରେ ଆକ୍ରମଣ ଲାଗି ପ୍ରସ୍ତୁତି କରାଯାଉଥିଲା। ସେପଟେ ଆମେରିକା-ସାଉଦି ଆରବ ପକ୍ଷରୁ କରାଯାଇଥିବା ଆକ୍ରମଣର କିଛି ଘଣ୍ଟା ପରେ ଇରାନ ପକ୍ଷରୁ ଜବାବୀ କର୍ଯ୍ୟାନୁଷ୍ଠାନ ସ୍ବରୂପ ଅନେକ ମିସାଇଲ୍ ମାଡ଼ କରାଯାଇଥିଲା। ଜୋର୍ଡାନସ୍ଥିତ ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ କରି ଏହି ମିସାଇଲ ମାଡ଼ ହୋଇଥିବାବେଳେ ସମସ୍ତ ମିସାଇଲ୍କୁ ଆକାଶରେ ହିଁ ଖସାଇ ଦିଆଯାଇଥିଲା।

ଇତିମଧ୍ୟରେ ଇରାକ ପ୍ରଧାନମନ୍ତ୍ରୀ ଅଲୀ ଅଲ-ଜାଏଦି ନିଜର ସାଉଦି ଗସ୍ତକୁ ବାତିଲ କରିଛନ୍ତି। ଗୁରୁବାର ସେ ସେ ସାଉଦି ଆରବ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲ ଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ସେ ତାହାକୁ ବାତିଲ କରିଥିବା ସୂଚନା ମିଳିଛି।

Also Read :- ମା' ଭଟ୍ଟାରିକାଙ୍କ ଗମ୍ଭୀରାରେ ପଶିଲା ବନ୍ୟାଜଳ: ରତ୍ନଗିରି ପାହାଡ଼ ଅସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତର ଚଳନ୍ତି ପ୍ରତିମା

ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ଆହୁରି ବୃଦ୍ଧି ହୋଇଛି। । ଇରାକର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଶିୟା ଅଲ ସୁଦାନି ମଧ୍ଯ ଆମେରିକା- ସାଉଦି ଆରବର ଏହି ଆକ୍ରମଣ କ୍ରମଣକୁ ନିନ୍ଦା କରିଛନ୍ତି। ସେ ଏହାକୁ ଇରାନର ସଂପ୍ରଭୁତାର ଖୋଲାଖୋଲି ଉଲଂଘନ, ଇସଲାମିକ ଭାଇଚାରାର ସିଦ୍ଧାନ୍ତକୁ ଅଣଦେଖା କରିବା, ଅନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲଂଘନ ବୋଲି ଦର୍ଶାଇଛନ୍ତି।