ପାଟନା, ୧୯/୦୯ : ଭାରତୀୟ ଦଳର ଦମଦାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ବୟସ ମାତ୍ର ୧୬ । କିନ୍ତୁ ଖାତାରେ ଅନେକ ରେକର୍ଡ । ଅନେକ ଷ୍ଟାର୍ ବୋଲରଙ୍କୁ ପ୍ରହାର କରିଛନ୍ତି ବୈଭବ । କମ୍ ଦିନରେ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛନ୍ତି ସେ । ଏସବୁ ଭିତରେ ବୈଭବଙ୍କ ଘରର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କ ଘର ଆଗରେ ଦାମୀ ଗାଡିର ଲମ୍ବା ଲାଇନ୍ ଲାଗିଛି ।

କ୍ରିକେଟର ବୈଭବ ବିଶ୍ୱକର୍ମା ପୂଜା ଅବସରରେ ଗାଡି ସହ ନଜର ଆସିଛନ୍ତି । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଭିଡିଓରେ ବୈଭବଙ୍କ ବଡ଼ ଭାଇ ଉଜ୍ଜ୍ୱଳ ସୂର୍ଯ୍ୟବଂଶୀ ଘର ଆଗରେ ଗାଡି ପୂଜା କରୁଛନ୍ତି । ସମସ୍ତିପୁର ଜିଲ୍ଲାର ତାଜପୁରରେ ଥିବା ବୈଭବଙ୍ଗ ଘରେ ଆଗରେ ଫର୍ଚ୍ୟୁନର, ଟାଟା ସିଏରା, କର୍ଭ୍ ଏବଂ ସ୍କର୍ପିଓ ଭଳି ଗାଡିର ଲାଇନ୍ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଉଜ୍ଜ୍ୱଳ ଏକ ଗାଡିରୁ ବାହାରକୁ ବାହାରୁଛନ୍ତି । ଏହାପରେ ଗୋଟିଏ ପରେ ଗୋଟିଏ ଗାଡିର ସେ ପୂଜା କରୁଛନ୍ତି । ବିଶ୍ୱକର୍ମା ପୂଜା ପାଇଁ ଗେଟ୍ ଆଗରେ ସମସ୍ତ ଗାଡିକୁ ରଖାଯାଇଛି । ଭିଡିଓ ସାମ୍ନାକୁ ଆସିବା ପରେ କ୍ରିକେଟ୍ ପ୍ରେମୀ ଅନେକ କମେଣ୍ଟ୍ ଦେଉଛନ୍ତି । କେହି କେହି ଏହା ବୈଭବଙ୍କ ପରିଶ୍ରମର ଫଳ ବୋଲି କହୁଛନ୍ତି । ଆଉ କେହି ସେ ଗାଡି ବଦଳରେ ବ୍ୟାଟ୍ କୁ ପୂଜା କରିବା ଦରକାର ବୋଲି ମତ ଦେଉଛନ୍ତି । ଏହାସହ ଅନେକ ୟୁଜର ଆଶୀର୍ବାଦ ଏବଂ ଶୁଭକାମନା ଜଣାଉଛନ୍ତି ।

Also Read :- ଆସୁଛି ବାତ୍ୟା ହେଲେ ଓଡ଼ିଶାରେ କାମ କରୁନି ରାଡାର ! କେମିତି କରାଯିବ ମୁକାବିଲା ?

ସୂଚନାଯୋଗ୍ୟ, ଆଇପିଏଲରେ ଦମଦାର ପ୍ରଦର୍ଶନ କାରଣରୁ ବୈଭବଙ୍କୁ କର୍ଭ୍ କାର୍ ଉପହାର ମିଳିଥିଲା । ଏହାବ୍ୟତୀତ କଛି ଅନ୍ୟ ଗାଡି ମଧ୍ୟ ତାଙ୍କୁ ଉପହାରରେ ମିଳିଛି । ତେବେ ଆଇପିଏଲରେ ହିଁ ବୈଭବ ପ୍ରଥମେ ନଜର ଆସିଥିଲେ । ତାଙ୍କ ବ୍ୟାଟିଂ କାରଣରୁ ଖୁବ୍ କମ୍ ଦିନରେ ସେ ଲୋକପ୍ରିୟ ହୋଇଯାଇଥିଲେ ।