ଭୁବନେଶ୍ୱରଗତ ଦୁଇ ବର୍ଷ ହେବ ସୁନା ଓ ରୁପା ଦର ଅହେତୁକ ବୃଦ୍ଧି ହେବା ପରେ ଶୁକ୍ରବାର ମେଟାଲ୍ ମାର୍କେଟ୍ ହଠାତ୍ କ୍ରାସ୍ ହୋଇଯାଇଥିଲା। ଯେଉଁଥିରେ ରୁପା ୧ ଲକ୍ଷ ୧୦ ହଜାର ଓ ସୁନା ୨୦ ହଜାର ଟଙ୍କା ଶସ୍ତା ହୋଇଥିଲେ। ଶନିବାର ମଧ୍ୟ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଜାରି ରହିଛି। ଶନିବାରଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୧୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଅନ୍ୟପଟେCOMEX ରେ ରୂପା ୩୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଶୁକ୍ରବାରର ବିକ୍ରୟ ପରେ,ରୁପା ମୂଲ୍ୟ ଏବେ ଆଉନ୍ସ ପ୍ରତି $୧୨୧.୭୫୫ ର ରେକର୍ଡ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୩୫ ପ୍ରତିଶତ କମ୍ ଅଛି।

ଗୁଡ୍ସ ରିଟର୍ଣ୍ଣର ସୂଚନା ଅନୁସାରେ, ଦିଲ୍ଲୀରେ ଜାନୁଆରୀ ୩୧ ତାରିଖରେ ୨୪ କ୍ୟାରେଟ୍ ସୁନାର ୧ ଗ୍ରାମ ମୂଲ୍ୟ୧୬,୯୩୪ ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ଏକ ଗ୍ରାମ ମୂଲ୍ୟ୧୫,୫୨୪ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନାର ଗ୍ରାମ ପ୍ରତି ମୂଲ୍ୟ୧୨,୭୦୪ ଟଙ୍କା ରହିଛି।ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟରେ ଶନିବାର ଗ୍ରାମ ପିଛା ୮୬୨ ଟଙ୍କା ଶସ୍ତା ହୋଇଛି। ଫଳରେ ୧୦ ଗ୍ରାମ ମୂଲ୍ୟ ୧,୬୦,୫୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟରେ ଗ୍ରାମ ପ୍ରତି ୭୯୦ ଟଙ୍କା କମି ୧୦ ଗ୍ରାମ ମୂଲ୍ୟ ୧, ୪୭,୨୦୦ ଟଙ୍କା ହୋଇଛି। ସେହିପରି ୧୮ କ୍ୟାରେଟରେ ୬୪୬ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ମୂଲ୍ୟ ୧,୨୦, ୪୪୦ ହୋଇଛି।

ଜାନୁଆରୀ ୩୦ ତାରିଖ ଶୁକ୍ରବାର ସୁନା ଏବଂ ରୁପା ବଜାର ହଠାତ୍ କ୍ରାସ୍ ହୋଇଥିଲା। ପ୍ରଫିଟ୍ ବୁକିଂ ଯୋଗୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୁପା ₹୧.୧୦ ଲକ୍ଷ ମାନେ ୨୭% ହ୍ରାସ ପାଇଛିଶୁକ୍ରବାର ସୁଦ୍ଧ୧ କିଲୋଗ୍ରାମ ରୁପା ଦର ୨.୯୧ ଲକ୍ଷ ଟଙ୍କା ହୋଇଛି। ଗୋଟିଏ ଦିନ ପୂର୍ବରୁ,ଜାନୁଆରୀ ୨୯ ତାରିଖରେ,ରୁପା କେଜି ପ୍ରତି ୪.୦୧ ଲକ୍ଷ ଥିଲା।MCXରେ ସୁନା ମୂଲ୍ୟ ମଧ୍ୟ୨୦,୦୦୦ ମାନେ ୧୨% ହ୍ରାସ ପାଇଛି। ଶୁକ୍ରବାର କାରବାର ଦିନ ଶେଷ ସୁଦ୍ଧା ୧୦ ଗ୍ରାମ ସୁନା୧ଲକ୍ଷ ୪୯ ହଜାରକୁ ହ୍ରାସ ପାଇଛିଜାନୁଆରୀ ୨୯ ତାରିଖରେ,ସୁନା୧.୬୯ ଲକ୍ଷ ଟଙ୍କା ଥିଲା

ହଠାତ୍ ସୁନା ଓ ରୁପା ଦର ହ୍ରାସର ଦୁଇ ପ୍ରମୁଖ କାରଣ ହେଲା-ପ୍ରି ବୁକିଂ ଏବଂ ଫିଜିକାଲ ଡିମାଣ୍ଡର ଅଭାବ। ଗତ କିଛି ଦିନ ମଧ୍ୟରେ ସୁନା ଏବଂ ରୁପା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି, ଯାହା ଫଳରେ ନିବେଶକମାନେ ବଡ଼ ପରିମାଣରେ ପ୍ରଫିଟ ବୁକ୍ କରିଛନ୍ତି। ସେହିଭଳି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନାର ଫିଜିକାଲ ଡିମାଣ୍ଡ ଦୁର୍ବଳ ହୋଇଛି। ଏଥିସହିତ ଶିଳ୍ପ ବ୍ୟବହାର ବିଷୟରେ ମଧ୍ୟ ଚିନ୍ତା ମଧ୍ୟ ବଢ଼ିଛି। ଡିମାଣ୍ଡ ହ୍ରାସ ଯୋଗୁ ଦର କମିଛି।

ସେପଟେ ମାର୍ଜିନ ବଢ଼ିବା ମଧ୍ୟ ସୁନା ଦର ହ୍ରାସର ଏକ କାରଣ ବୋଲି କୁହାଯାଉଛି। ସେବି-ରେଜିଷ୍ଟର୍ଡ କମୋଡିଟି ଏକ୍ସପର୍ଟ ଅନୁଜ ଗୁପ୍ତା କହିଛନ୍ତି ଯେ ତମ୍ବା ପରେ, ଚିକାଗୋ ମାର୍କେଟାଇଲ୍ ଏକ୍ସଚେଞ୍ଜ (CME) ଏବେ ସୁନା ଏବଂ ରୁପା ଉପରେ ମଧ୍ୟ ମାର୍ଜିନ୍ ମନି ବୃଦ୍ଧି କରିଛି। ସୁନା ଉପରେ ମାର୍ଜିନ୍ ୬% ରୁ ୮% କୁ ବୃଦ୍ଧି କରାଯାଇଥିବା ବେଳେ ରୁପା ଉପରେ ଏହାକୁ ୧୧% ରୁ ୧୫%କୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମାର୍ଜିନ୍ ମୂଲ୍ୟ ଉପରେ ଚାପ ପକାଇବ ବୋଲି ଆଶା କରାଯାଉଛି।

ଯେବେ କୌଣସି ଟ୍ରେଡର କମୋଡିଟି ମାର୍କେଟ୍ରେ ଏକ ବଡ଼ ଡିଲ କରନ୍ତି, ତେବେ ତାଙ୍କୁ ତୁରନ୍ତ ସବୁ ଟଙ୍କା ଦେବାକୁ ପଡ଼େ ନାହିଁ। ସେମାନଙ୍କୁ ମୋଟ ମୂଲ୍ୟର ଏକ ଛୋଟ ଅଂଶ ସିକ୍ୟୁରିଟି ଭାବରେ ଜମା କରିବାକୁ ପଡ଼େ। ଯାହାକୁ "ମାର୍ଜିନ୍" କୁହାଯାଏ। ବର୍ଦ୍ଧିତ ମାର୍ଜିନ୍ ଅର୍ଥ ହେଉଛି ଟ୍ରେଡର୍ସକୁ ଏବେ ଅଧିକ ଟଙ୍କା ନିବେଶ ଲଗାଇବାକୁ ପଡିବ। ସେହିଭଳି କେତେକ ଟ୍ରେଡର୍ସ ଏମିତି ଅଛନ୍ତି, ଯେଉଁମାନେ ପୂର୍ବରୁ ହିଁ କିଣାକିଣି କରିଦେଇଛନ୍ତି। ଆଉ ମାର୍ଜିନ ବଢ଼ିବା ଦ୍ୱାରା ଏକ୍ସଚେଞ୍ଜ ସେମାନଙ୍କ ଠାରୁ ଏକ୍ସଟ୍ରା ପଇସା ମାଗିଥାଏ। ଯଦି ସେମାନଙ୍କ ପାଖରେ ତୁରନ୍ତ ପଇସା ନାହିଁ, ତେବେ ସେମାନଙ୍କୁ ସୁନା କିମ୍ବା ରୁପା ବିକ୍ରି କରିବାକୁ ପଡ଼ିଥାଏ। ଏକାଧିକ ଟ୍ରେଡର୍ସ ଏଭଳି ଏକା ସାଗରେ ବିକ୍ରି କରିବା ଦ୍ୱାରା ଏହି ମୂଲ୍ୟବାନ ଧାତୁର ଦର ହ୍ରାସ ପାଇଥାଏ।

ଏପଟେ ବଜେଟକୁ ନେଇଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ବଜେଟ୍ରେ ସୁନା ଓରୂପା ଉପରେ ଶୁଳ୍କ ହ୍ରାସ ହୋଇପାରେ। ଫଳରେ ଏହି ଦୁଇ ମୂଲ୍ୟବାନ ଧାତୁର ଦାମ ଶସ୍ତା ହୋଇପାରେ ବୋଲି କୁହାଯାଉଛି। ଯଦି ସରକାର ଶୁଳ୍କ ହ୍ରାସ କରନ୍ତି ତେବେ ଦାମ କେତେ କମିବ?କଣ କହୁଛି ଏ ଦିଗରେ ବଜେଟ ଗଣିତ ଆସନ୍ତୁ ଜାଣିବା।

ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ ହେବା ପରେ ସୁନା ଏବଂ ରୁପା ମୂଲ୍ୟ ଶସ୍ତା ହୋଇପାରେ। ସରକାର ସୁନା ଉପରେ ସୀମା ଶୁଳ୍କ ୬% ରୁ ୪%କୁ ହ୍ରାସ କରିପାରନ୍ତି। ଯଦି ଏପରି ହେଲା, ତେବେ ସୁନା ପ୍ରତି ୧୦ ଗ୍ରାମ ପ୍ରାୟ ୩,୦୦୦ ଟଙ୍କା ଏବଂ ରୁପା ୬,୦୦୦ ଟଙ୍କା ଶସ୍ତା ହୋଇପାରେ। ଏକ୍ସପର୍ଟଙ୍କ କହିବା ଅନୁସାରେ,ସରକାର ସୁନା ଚୋରା ଚାଲାଣ ରୋକିବା ପାଇଁ ଶୁଳ୍କ ହ୍ରାସ କରିପାରନ୍ତି।

ବର୍ତ୍ତମାନ, ୬% ଆମଦାନୀ ଶୁଳ୍କ ଏବଂ ୩% ଜିଏସଟି ସହ ମୋଟ ୯% ଟିକସ ଲଗାଯାଉଛି। ଯେଉଁମାନେ ଗ୍ରେ ମାର୍କେଟ୍ରେ କାର୍ଯ୍ୟ କରୁଛନ୍ତି ସେମାନେ ଏହି ୯% ଟିକସ ଚୋରାଇ ପ୍ରତି କିଲୋଗ୍ରାମ ସୁନାରେ ପ୍ରାୟ ₹୧୧.୫ ଲକ୍ଷ ଲାଭ ପାଉଛନ୍ତି। ଯଦି ସରକାର ଟିକସ ଆହୁରି ହ୍ରାସ କରନ୍ତି, ତେବେ ଆନ୍ତର୍ଜାତୀୟ ଏବଂ ଘରୋଇ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ହ୍ରାସ ପାଇବ ଏବଂ ସୁନା ଚୋରା ଚାଲାଣ ହ୍ରାସ ପାଇବ। ସେହିପରି ଶୁଳ୍କ ହ୍ରାସ ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇବ ଏବଂ ଭାରତୀୟ ଅଳଙ୍କାର ରପ୍ତାନିକାରୀମାନଙ୍କୁ ବିଶ୍ୱ ବଜାରରେ ପ୍ରତିଯୋଗିତା କରିବାରେ ସାହାଯ୍ୟ ମିଳିବ।