ମୁମ୍ଵାଇ ୨୨।୦୯; ପଡ଼ିଆରେ ବ୍ୟାଟ୍ ଧରିଲେ ବୋଲରଙ୍କ ନିଦ ହଜାଇ ଦିଅନ୍ତି। ହେଲେ ନିଜ ଜୀବନର ଯନ୍ତ୍ରଣାକୁ ସବୁବେଳେ ନିଜ ଭିତରେ ଲୁଚାଇ ରଖିଛନ୍ତି ସ୍ମୃତି ମନ୍ଧାନା। ଦୀର୍ଘ ସମୟ ଧରି ଚର୍ଚ୍ଚାରେ ଥିବା ସ୍ମୃତି ଓ ସଙ୍ଗୀତକାର ପଲାଶ ମୁଚ୍ଛଲଙ୍କ ସମ୍ପର୍କ ଏବେ ପୁଣି ଲାଇମ ଲାଇଟକୁ ଆସିଛି। ବିବାହ ହେବାକୁ ଥିଲା... ପ୍ରସ୍ତୁତି ମଧ୍ୟ ଚାଲିଥିଲା। କିନ୍ତୁ ହଠାତ୍ ଅଧାରୁ ଭାଙ୍ଗିଗଲା ସମ୍ପର୍କ। କ'ଣ ଥିଲା ଏହା ପଛର କାରଣ? ବିବାହ ପୂର୍ବରାତିରେ ଏମିତି କ'ଣ ଘଟିଥିଲା ଯେଉଁଥିପାଇଁ ସ୍ମୃତି ପଛକୁ ହଟିଥିଲେ। ଏହି ପ୍ରଶ୍ନର ଉତ୍ତର କେବେ ସାର୍ବଜନୀନ ଭାବେ ଦେଇନଥିଲେ ସ୍ମୃତି। ହେଲେ ନିକଟରେ ଏକ ପୋଡକାଷ୍ଟରେ ତାଙ୍କୁ ପଚରାଯାଇଥିଲା ତାଙ୍କ ଜୀବନର ‘ସବୁଠାରୁ କଷ୍ଟ ରାତି’ ବିଷୟରେ।

ପ୍ରଶ୍ନ ଶୁଣିବା ମାତ୍ରେ କିଛି ସମୟ ପାଇଁ ନୀରବ ହୋଇଗଲେ ସ୍ମୃତି। ଆଖିରେ ଦୁଃଖ... ଓଠରେ ହାଲୁକା ହସ... ଆଉ ତା'ପରେ ବ୍ୟକ୍ତିଗତ ଜୀବନ ଉପରେ ଆଲୋଚନା ନକରିବାକୁ ସ୍ପଷ୍ଟ କରିଦେଲେ। କହିଥିଲେ ସେ କେବଳ କ୍ରିକେଟ୍ ବିଷୟରେ କଥା ହେବେ। ତା'ପରେ ନିଜ ଜୀବନର ସବୁଠାରୁ କଷ୍ଟ ରାତିକୁ ଏକ ବିଶ୍ୱକପ୍ ପରାଜୟର ରାତି ସହ ଯୋଡ଼ିଥିଲେ ସ୍ମୃତି। ଅର୍ଥାତ୍, ବ୍ୟକ୍ତିଗତ ଜୀବନର ପ୍ରଶ୍ନକୁ ଏଡ଼ାଇ କ୍ରିକେଟକୁ ନିଜ ଉତ୍ତରର ଆଧାର କରିଥିଲେ। ତେବେ ଏହି ଛୋଟିଆ ଉତ୍ତର ପୁଣି ଥରେ ଉଠାଇଛି ଅନେକ ପୁରୁଣା ପ୍ରଶ୍ନ।

ପଲାଶ ମୁଚ୍ଛଲଙ୍କ ସହ ସ୍ମୃତିଙ୍କ ସମ୍ପର୍କ କାହିଁକି ଭାଙ୍ଗିଲା? ଆଉ ବିବାହ କାହିଁକି ହେଲାନି? ଆଉ ଏହା ପଛରେ ଅସଲ କାରଣ କ'ଣ? ଏହି ସବୁ ପ୍ରଶ୍ନର ଠୋସ୍ ଉତ୍ତର ସ୍ମୃତି ସାର୍ବଜନୀନ ଭାବେ ଦେଇନାହାନ୍ତି। ହେଲେ ଏତିକି ସ୍ପଷ୍ଟ ପଡ଼ିଆରେ ନିଜ ବ୍ୟାଟ୍ରେ ଜବାବ ଦେଉଥିବା ସ୍ମୃତି, ନିଜ ବ୍ୟକ୍ତିଗତ ଜୀବନର ଯନ୍ତ୍ରଣାକୁ ନେଇ ଆଜି ବି ନୀରବ। ଆଉ ଏହି ନୀରବତା ହିଁ ଏବେ ପୁଣି ଥରେ ବଢ଼ାଇଛି ରହସ୍ୟ... ଅଧାରୁ ଭାଙ୍ଗିଥିବା ସେହି ବାହାଘର ପଛର ସତ କ'ଣ? ଏହାର ଉତ୍ତର କେବେ ଦେବେ ତାହା ବେବଳ ସ୍ମୃତିଙ୍କୁ ହିଁ ଜଣା।

Also read-ଭାରତରେ ଯାହାଙ୍କୁ 'ପାକିସ୍ତାନର ଲତା ମଙ୍ଗେସ୍କର' ବୋଲି କୁହାଯାଏ, ସେ ହେଉଛନ୍ତି ନୁର ଜେହାନ୍‌