ଚୌଦ୍ୱାର ୨୨।୦୯ :  ପୁଣି ଚୌଦ୍ବାର ଜେଲ୍ ମାମଲାରେ ବିବାଦୀୟ ମୋଡ଼। ଥାନାରେ ତତ୍କାଳୀନ ଜେଲରଙ୍କ ଏତଲା। ମାମଲା ପ୍ରତ୍ୟାହାର ପାଇଁ ଉପରିସ୍ଥ ଅଧିକାରୀଙ୍କ ଚାପ ଅଭିଯୋଗ। ସୁପରିଣ୍ଟେଡେଣ୍ଟଙ୍କ ବିରୋଧରେ ହୋଇଥିଵା ମାମଲା ପ୍ରତ୍ୟାହାର ପାଇଁ ଚାପ ପଡ଼ୁଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଚୌଦ୍ବାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ।

ଗତ ୨୦ ତାରିଖରୁ ଗିରଫ ହୋଇ ଜେଲରେ ଅଛନ୍ତି ସୁପରିଣ୍ଟେଡେଣ୍ଟ ସୁଜିତ ରାଉଳ। ଏବେ ତାଙ୍କୁ ମୁକାଳିବାକୁ ବରିଷ୍ଠ ଅଧିକାରୀ ଉଦ୍ୟମ ଚଳାଇଥିବା ଅଭିଯୋଗ ହୋଇଛି। ସନ୍ତୋଷିନୀ ଦାଶଙ୍କ ଅଭିଯୋଗକୁ ଭିତ୍ତି କରି ଚୌଦ୍ବାର ପୋଲିସ ଘଟଣାର ତଦନ୍ତ ଚଳାଇଛି। ତତ୍ କାଳୀନ ଜେଲର ସନ୍ତାଷିନୀ ଦାଶ ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ପୋଲିସ ଜେଲ୍ ଅଧୀକ୍ଷକଙ୍କୁ ଗିରଫ କରିଛି।

Also Read:-ନିଜ ଜେଲରେ ନିଜେ ବନ୍ଦୀ, ଯେଉଁଠି ହାକିମାତି ଦେଖାଉଥିଲେ, ଏବେ ସେଠାରେ ରହିବେ…

ସୂଚନାଯୋଗ୍ୟ ଯେ, ୨୦୨୫ ଅକ୍ଟୋବର ୨ ତାରିଖ ରାତିରେ ଚୌଦ୍ଵାର ଜେଲରୁ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର୍ ହୋଇଯାଇଥିଲେ। ସେ ସମୟରେ ଜେଲର ଅଧୀକ୍ଷକ ସୁଜିତ ରାଉଳ ଡ୍ୟୁଟିରେ ନ ଥିଲେ। ଏହି ବେଆଇନ ଅନୁପସ୍ଥିତିକୁ ଲୁଚାଇବାକୁ ଯାଇ ସେ ଜେଲ୍ ର ମିନିଟ୍ ଟ୍ସ ବୁକ୍ ରେ ଜାଲିଆତି କରିଥିଲେ । ନିଜ ଉପସ୍ଥିତି ଜାହିର କରିବା ସହିତ ଜେଲର୍ ଙ୍କ ଅଜାଣତରେ ତାଙ୍କ କାଗଜପତ୍ରରେ ଜାଲ୍ ଦସ୍ତଖତ ବି କରାଇଥିଲେ। ଏହା ଜେଲର୍ ସନ୍ତୋଷିନୀ ଦାଶ ଜାଣି ଚୌଦ୍ଵାର ଥାନାରେ ଏତଲା ଦେଇଥିଲେ।