ବରଗଡ଼ ୨୨।୦୯ : ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ କାର୍ଯ୍ୟରତ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ର ଫିରିଙ୍ଗିମାଲ, କଟାବାହାଲ, ଗଉରେନମୁଣ୍ଡା ପଞ୍ଚାୟତ ଦାୟିତ୍ବରେ ଅଛନ୍ତି । ଆଜି ଭୋରରୁ ତାଙ୍କର ୩ଟି ଠିକଣାରେ ଏକକାଳୀନ ଛାପା ମାରିଛି ଭିଜିଲାନ୍ସ ଟିମ୍। ସରକାରୀ ବାସଭବନ, କନ୍ଧାଗାର୍ଡ ନିଜ ଘର ଓ ଅଫିସରେ ଭିଜିଲାନ୍ସ ଟିମ୍ କାଗଜପତ୍ର ଯାଞ୍ଚ କରୁଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଛି। ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଓ ଲାଞ୍ଚ ନେବାଭଳି ପୂର୍ବରୁ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

Also Read:-ଯୁଦ୍ଧରେ ହାରିଲା ଆମେରିକା ! ଆଉ ପାରୁନି ୟୁଏସ, ଇରାନ ସହ ଆଲୋଚନା ପାଇଁ ଟ୍ରମ୍ପ୍ ରାଜି