ଭଦ୍ରକ, ୨୨/୦୯ : ଦୁଇ ତୀର୍ଥଯାତ୍ରୀ ଵସ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ଆହତ ହେଲେ ୨୦ରୁ ଅଧିକ ଶ୍ରଦ୍ଧାଳୁ । ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନ ଧାମରା ରେଲଓ୍ୱେ ଓଭରବ୍ରିଜ ନିକଟରେ ଦୁଇଟି ତୀର୍ଥଯାତ୍ରୀ ଵସ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ଵସ ଅନ୍ୟ ଏକ ବସକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲେ ଯେ ଉଭୟ ବସ କ୍ଷତିଗ୍ରସ୍ତ ହୋଇଛି । ଏହାସହ ୨୦ ଜଣ ଆହତ ହୋଇଛନ୍ତି ।

Also Read :- ଜାହିର ଖାନଙ୍କୁ ଆଣିଛନ୍ତି ମହେନ୍ଦ୍ର ସିଂ ଧୋନୀ ! ନୂଆ କୋଚ୍ ନିଯୁକ୍ତି ପଛରେ ମାହିଙ୍କ ହାତ

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ଓ ଦମକଳ ବାହିନୀ ପହଞ୍ଚିଥିଲେ । ସେମାନେ ସମସ୍ତ ଆହତ ଓ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ସୌଭାଗ୍ୟବଶତଃ କେହି ମୃତ୍ୟୁବରଣ କରିନଥିବା ଜଣାପଡିଛି ।