ମୁମ୍ବାଇ: ଶେଖର ଟୁନାଇଟ୍ ଶୋରେ ଦେଇଥିବା ବୟାନ ପାଇଁ ବର୍ତ୍ତମାନ ବିବାଦରେ ଥିବା ବଲିଉଡ୍ ଆକ୍ଟର ସଞ୍ଜୟ ଦତ୍ତଙ୍କ ସମର୍ଥନରେ ବାହାରିଛନ୍ତି ଶେଖର ସୁମନ। ଅଭିନେତା ହାଲ୍କା ମିଜାଜ ଓ ସକାରାତ୍ମକ ମନୋଭାବ ସହିତ ଏପରି କହିଥିଲେ। ତାଙ୍କ କଥାକୁ ନେଇ ସମାଲୋଚନା କରାଯିବ ଉଚିତ ନୁହେଁ ବୋଲି ଶେଖର ସୁମନ କହିଛନ୍ତି।

ଏହା ପୂର୍ବରୁ ନିଜେ ସଞ୍ଜ ତାଙ୍କ ବୟାନକୁ ନେଇ ସ୍ପଷ୍ଟୀକରଣ ଦେଇଥିଲ। ତାଙ୍କ କଥା ସ୍କ୍ରିପ୍ଟେଡ୍ ଥିଲା, ସେ ଏକଥା ନିଜ ମନରୁ କହି ନଥିଲେ ବୋଲି ସଞ୍ଜୟ ଦତ୍ତ କହିଥିଲେ।

ସଞ୍ଜୟଙ୍କୁ ସମର୍ଥନ କରି ଶେଖର ସୁମନ ଏନ୍ଡିଟିଭିକୁ କହିଛନ୍ତି ଯେ ଶେଖର ଟୁନାଇଟ୍ ଗୋଟେ ବ୍ୟଙ୍ଗାତ୍ମକ ଶୋ। ଏହା ଲୋକଙ୍କର ଶୋ ଏବଂ ସମ୍ପୂର୍ଣ୍ଣ ନିରପେକ୍ଷ ଓ ଗଣତାନ୍ତ୍ରୀକ। ସଞ୍ଜୟଙ୍କର ନିଜ ଦେଶ ଓ ଦେଶର ଲୋକଙ୍କ ପ୍ରତି ଅତ୍ୟନ୍ତ ଭଲପାଇବା ଓ ସମ୍ମାନ ଅଛି। ସଞ୍ଜୟ ନିଜେ କହିଛନ୍ତି ଯେ କାହାକୁ ଆଘାତ ଦେବା ପାଇଁ ସେ ଏଭଳି ମନ୍ତବ୍ୟ ନଥିଲେ0। ତେଣୁ ତାଙ୍କ କଥାକୁ ନେଇ ସମାଲୋଚନା କରିବା ଉଚିତ ନୁହେଁ ବୋଲି ଶେଖର ସୁମନ କହିଛନ୍ତି।
Also Read- ଖାଲି ଫିଲ୍ମରେ ନୁହେଁ ବଲିଉଡର ଅସଲି ‘କିଙ୍ଗ୍’ ହେଉଛନ୍ତି ଶାହରୁଖ; ସଲମାନ ଓ ଆମିରଙ୍କଠାରୁ ୪ ଗୁଣ ଅଧିକ ଧନୀ

ଏନ୍ଡିଟିଭିକୁ ପ୍ରତିକ୍ରିୟା ଦେଇ ସୁମନ କହିଛନ୍ତି “ସଞ୍ଜୟ ଦତ୍ତଙ୍କର ଆମ ଦେଶ ଏବଂ ଦେଶବାସୀଙ୍କ ପ୍ରତି ବହୁତ ସମ୍ମାନ ଅଛି, ତା’ ଛଡ଼ା ସେ ଯାହା କହିଥିଲେ ତାହା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ଏକ ଅତ୍ୟନ୍ତ ସକାରାତ୍ମକ ଥିଲା। ତେଣୁ ସେ ଯାହା କେବେ କହି ନାହାନ୍ତି କିମ୍ବା କହିବାର ଉଦ୍ଦେଶ୍ୟ ନଥିଲା ସେଥିପାଇଁ ତାଙ୍କୁ ଦଣ୍ଡିତ କିମ୍ବା ନିନ୍ଦିତ କରିବା ଉଚିତ୍ ନୁହେଁ। ମୁଁ ତାଙ୍କୁ ବହୁବର୍ଷ ହେବ ଜାଣିଛି। ସେ ଜଣେ ଖୁବ ଭଲ ମଣିଷ, ଦେଶକୁ ଖୁବ୍ ଭଲ ପାଆନ୍ତି ଏବଂ ମୋ ପ୍ରତି ତାଙ୍କର ଖୁବ ସମ୍ମାନ ଅଛି।”

କଣ କହିଥିଲେ ସଞ୍ଜୟ ?

ଗାନ୍ଧୀ ଜୟନ୍ତି ଦିନ ସଞ୍ଜୟ ଦତ୍ତ 'ଶେଖର ଟୁନାଇଟ୍’ ଶୋରେ ଯୋଗ ଦେଇ ଦେଶର ବର୍ତ୍ତମାନର ଅବସ୍ଥା ବିଷୟରେ କହିଥିଲେ। ଆଲୋଚନା ବେଳେ ଅଭିନେତା କହିଥିଲେ “ଏହି ଦେଶର ଲୋକମାନେ ବହୁତ ଭଲ। ଏଠାରେ ଶାନ୍ତି ରହିବା ଉଚିତ୍। ଆମ ଦେଶରେ ମୁଁ ଆଉ ସେହି ଶାନ୍ତି ଅନୁଭବ କରିପାରୁନାହିଁ। ଆମ ଭାରତୀୟମାନେ ଉଦାର ହୃଦୟର ଅଟୁ ଏବଂ ଆମେ ଅତିଥି-ସତ୍କାରରେ ବିଶ୍ୱାସ ରଖୁ। ଆମେ ବହୁତ କିଛି ଦେଇଛୁ ଏବଂ ଆମକୁ ସର୍ବଦା ସେହିପରି ରହିବା ଉଚିତ୍। ମୁଁ ଶିବଜୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେହି ଦିନଗୁଡ଼ିକ ଶୀଘ୍ର ଫେରିଆସୁ।।”

ଏହାପରେ ସେ ତାଙ୍କର ଲୋକପ୍ରିୟ ସିନେମା ମୁନ୍ନା ଭାଇ ଚରିତ୍ରକୁ ଏକ ରାଜନୈତିକ ବ୍ୟଙ୍ଗାତ୍ମକ ଶୈଳୀରେ ଅଭିନୟ କରିଥିଲେ। ଯେଉଁଥିରେ ନିଜକୁ ପାଞ୍ଚ ମିନିଟ୍ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ କଳ୍ପନା କରି ଭାଷଣ ଦେଇଥିଲେ। ଏବଂ କହିଥିଲେ “ଆପୁନ ଗାନ୍ଧୀ ଜୀ କୋ ବହୁତ ମାନତା ହେ। ଔର ଗାନ୍ଧୀ ଜି କେ ତିନ ବନ୍ଦର ସବକୋ ପତା ହେ। ବୁରାମ ତ ଦେଖୋ, ବୁରା ମତ ସୁନୋ ଓ ବୁରା ମତ କହୋ। ଲେକିନ ଆଜି ଏକ ଚୌଥା ବନ୍ଦର ଭି ମାଙ୍ଗତା ହୈ। ବୁରା ଦେଖେଗା ତୋ ଉସେ ଠିକ୍ କୌନ କରେଗା ?”

ଏହାପରେ ସଞ୍ଜୟଙ୍କର ଏହି କଥାକୁ ସୋସିଆଲ୍ ମିଡିଆରେ ଭୁଲ ଭାବେ ଚିତ୍ରଣ କରି ଏହାର ଅଲଟା ଅର୍ଥ ବାହାର କରି ବିବାଦ ସୃଷ୍ଟି କରାଯାଇଥିଲା। ଯେଉଁଥିରେ ଅଭିନେତା ନିଜେ ସୋସିଆଲ୍ ମିଡିଆରେ ଏହାର ସ୍ପଷ୍ଟୀକରଣ ଦେଇଥିଲେ।

ଏକ୍ସରେ ପୋଷ୍ଟ କରି ସଞ୍ଜୟ କହିଛନ୍ତି “ମୁଁ ସ୍ପଷ୍ଟ କରି ଦେବାକୁ ଚାହେଁ ଯେ କେଉଁ ସମ୍ପ୍ରଦାୟ, ସଂସ୍ଥାନ ଓ କୌଣସି ବ୍ୟକ୍ତିଙ୍କର ଭାବନାକୁ ଅପମାନିତ କରିବା, ଆଘାତ ଦେବା ଓ ଅସମ୍ମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା।” ସେ କହିଥିବା କଥା ପୂର୍ବରୁ ଲେଖା ହୋଇସାରିଥିଲା। ହାସ୍ୟରୋଳ ସୃଷ୍ଟି କରିବା ପାଇଁ ସେ ଏପରି କହିଥିଲେ।

ଏହା ପଛର ଭାବନା 'ମୁନ୍ନା ଭାଇ' ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିବା ହାସ୍ୟରସ ଓ ବ୍ୟଙ୍ଗ ସଦୃଶ ଥିଲା। ବିଶେଷକରି 'ଗାନ୍ଧିଗିରି'ର ଧାରଣା, ଯାହା ମାଧ୍ୟମରେ ପ୍ରେମ, ଆପଣାପଣ, ଏକତା ଓ ସଦ୍ଭାବନାର ବାର୍ତ୍ତା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଦୁର୍ଭାଗ୍ୟବଶତଃ, ମୋର କଥାକୁ ଉଦ୍ଦିଷ୍ଟ ପ୍ରସଙ୍ଗ ବାହାରେ ଭୁଲ୍ ଭାବରେ ଚିତ୍ରଣ କରାଗଲା"