ମୁମ୍ଵାଇ ୨୫।୦୬; କଳ୍ପନାଜଳ୍ପନାରେ ଘଟିଲା ଅନ୍ତ । ମାଆ ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ । ଅଭିନେତ୍ରୀ ନିଜ ଗର୍ଭବତୀ ଖବର ନିଜେ ନିଶ୍ଚିତ କରିଛନ୍ତି । ହାଇଦ୍ରାବାଦରେ ତାଙ୍କର ପିଲ୍ମ 'ମା ଇଣ୍ଟି ବଙ୍ଗାରମ୍'ର ସଫଳତା ପାର୍ଟିରେ ତାଙ୍କ ପ୍ରେଗନ୍ସି ଖବର ଉପରୋ ମୋହର ଲଗାଇ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାମରୁ ବିରତି ନେଇ ମେଟରନିଟି ବ୍ରେକରେ ଯିବେ । ସେ ଏବଂ ସ୍ୱାମୀ-ଫିଲ୍ମ ନିର୍ମାତା ରାଜ ନିଦିମୋରୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମର ଅପେକ୍ଷାରେ ଅଛନ୍ତି । ଏହି ଖବର ଶୁଣିବା ପରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ମାଆ ହେବେ ସାମନ୍ଥା

ଏକ କାର୍ଯ୍ୟକ୍ରମ ସମୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି, "କ୍ଷମା କରିବେ ବନ୍ଧୁଗଣ, ଆଉ ଗୋଟିଏ ଛୋଟ ବ୍ୟବଧାନ ଏବଂ ତା'ପରେ ମୁଁ ଫେରି ଆସିବି । ମୁଁ ଜାଣେ ମୋତେ ଏବେ ମାତୃତ୍ୱ (ମେଟରନିଟି) ଛୁଟି ନେବାକୁ ପଡିବ । କିନ୍ତୁ ମୁଁ ବହୁତ ଖୁସି ।" ପୂର୍ବରୁ, ପ୍ରଶଂସକମାନେ ଫିଲ୍ମର ସଫଳତା ପାର୍ଟିର କିଛି ଭିଡିଓ ଏବଂ ଫଟୋରେ ଏକ ବେବି ବମ୍ପ ଲୁକ୍ ଦେଖାଯାଉଥିଲା। ଯାହା ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିଥିଲା । ବର୍ତ୍ତମାନ ସାମନ୍ଥାଙ୍କ ବୟାନ ତାଙ୍କ ଗର୍ଭଧାରଣ ସମ୍ପର୍କରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ।

ସାମନ୍ଥା ଏବଂ ରାଜ ୧ ଡିସେମ୍ବର ୨୦୨୫ରେ କୋଏମ୍ବାତୁରରେ ଏକ ଅନ୍ତରଙ୍ଗ ଉତ୍ସବରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପରେ ଅଭିନେତା ଇନଷ୍ଟାଗ୍ରାମରେ ବିବାହର ଝଲକ ସେୟାର କରିଥିଲେ । ଏହି ଦମ୍ପତି ପ୍ରଥମେ ଦ ଫ୍ୟାମିଲି ମ୍ୟାନ୍ ୨ରେ ଏକାଠି କାମ କରିଥିଲେ ଏବଂ ବିବାହ ପୂର୍ବରୁ ସେମାନଙ୍କ ସମ୍ପର୍କ ବିଷୟରେ କିଛି ସମୟ ଧରି ଗୁଜବ ଉଠିଥିଲା । ଏହା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ । ସାମନ୍ଥା ପୂର୍ବରୁ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଅଭିନେତା ନାଗା ଚୈତନ୍ୟଙ୍କ ସହିତ ବିବାହ କରିଥିଲେ। ଯେତେବେଳେ ରାଜ ପୂର୍ବରୁ ଶ୍ୟାମାଲି ଦେଙ୍କୁ ବିବାହ କରିଥିଲେ ।