ନୂଆଦିଲ୍ଲୀ:ଅଷ୍ଟ୍ରେଲିୟା ଯିବାକୁ ଯୋଜନା କରୁଥିବା ଲୋକଙ୍କ ଲାଗି ବଡ଼ ଖବର। ୨୮ ନଭେମ୍ବର ଶନିବାରଠାରୁ ଅଷ୍ଟ୍ରେଲିୟାରେ ଟୁରିଷ୍ଟଙ୍କ ସମେତ ପ୍ରମୁଖ ଭିଜିଟର ଭିସା କ୍ୟାଟଗରୀରେ ନୂଆ ନିୟମ ଲାଗୁ ହୋଇଛି। ନିୟମାନୁସାରେ ଭିସା ଅବଧି ସମାପ୍ତ ହେଲେ ଅଷ୍ଟ୍ରେଲିୟାରେ ରହି ଅବଧି ବଢାଇବା ଅଥବା ନୂଆ ଭିସା ଆବେଦନ କରିବା ଆଉ ସମ୍ଭବ ନୁହେଁ। ଏହି ପରିବର୍ତ୍ତନର ପ୍ରଭାବ ସେଠାକୁ ବୁଲି ଯାଉଥିବା, ପରିବାରକୁ ଭେଟିବାକୁ ଯାଉଥିବା ଓ ବ୍ୟବସାୟୀକ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଲୋକଙ୍କ ଉପରେ ପଡିବ।

ଅଷ୍ଟ୍ରେଲିୟାର ନୂଆ ନିୟମ ଶନିବାର (ନଭେମ୍ବର ୨୮ରୁ) ହେଉଥିବା ଭିସା ଆବେଦନ ଉପରେ ଲାଗୁ ହେବ। ଏଥିରେ ଭିଜିଟର ଭିସା (ସବକ୍ଲାସ୍୬୦୦)ଇଲେକ୍ଟ୍ରୋନିକ ଟ୍ରାଭେଲ ଅଥରିଟି (ଇଟିଏ) ସବକ୍ଲାସ୍ ୬୦୧ ଓ ଇ-ଭିଜିଟର ଭିସା ସବକ୍ଲାସ୍ ୬୫୧ ଆଦି ରହିଛି। ଏବେ ଏହି ସବୁ ଶ୍ରେଣୀ ଲାଗି ଭିସା ସର୍ତ୍ତ ୮୫୦୩ ବାଧ୍ୟତାମୂଳକ ହେବ। ଏହାକୁ ‘ନୋ ଫାଦର ଷ୍ଟେ’ କୁହାଯାଏ। ଏହାର ସିଧା ଅର୍ଥ ହେଉଛି ପର୍ଯ୍ୟଟକ ଭିସାରେ ଅଷ୍ଟ୍ରେଲିୟା ପହଞ୍ଚିଥିବା ବ୍ୟକ୍ତି ସାଧାରଣତଃ ଦେଶରେ ରହି କୌଣସି ଅନ୍ୟ ଭିସାକୁ ଯିବା ଅଥବା ନିଜ ପ୍ରବାସକୁ ଆଗକୁ ବଢାଇବା ପାଇଁ ନୂଆ ଭିସା ହାସଲ କରିବାକୁ ଆଉ ସମର୍ଥନ ହେବେନି।

ଏଥିରେ ଯଦି କେହି ଅଷ୍ଟ୍ରେଲିୟାରେ ଅଧିକ ସମୟ ରହିବାକୁ ଚାହୁଁଥାନ୍ତି ଅଥବା ନିଜର ଭିସା ଶ୍ରେଣୀ ବଦଳାଇବାକୁ ଇଛା କରନ୍ତି ତେବେ ତାଙ୍କୁ ଏଥି ପାଇଁ ପ୍ରଥମେ ଦେଶ ଛାଡିବାକୁ ପଡିବ। ପରେ ସମ୍ବଦ୍ଧିତ ଭିସା ପାଇଁ ଆବେଦନ କରିପାରିବେ। ନୂଆ ନିୟମର ପ୍ରଭାବ ସେହି ସବୁ ଆବେଦନ ଉପରେ ପଡିବ ଯାହା ୨୮ ନଭେମ୍ବର ଅଥବା ତା ପରେ ଜମା ହେବ। ଏହା ପୂର୍ବର ଆବେଦନକାରୀଙ୍କ ଉପରେ ଲାଗୁ ହେବ ନାହିଁ। ଯେଉଁମାନଙ୍କ ପାଖରେ ଅଷ୍ଟ୍ରେଲିୟା ଭିଜିଟର ଭିସା ଅଛି ସେମାନେ ଭିସା ଗ୍ରାଣ୍ଟ ଅର୍ଡରରେ ଥିବା ସର୍ତ୍ତକୁ ଦେଖି ନିଅନ୍ତୁ।

ତେବେ କୌଣସି ବିଶେଷ ପରିସ୍ଥିତିରେ ଏହି କଟକଣାରେ ଛାଡ ମିଳିପାରେ। ଅଷ୍ଟ୍ରେଲିୟା ଗୃହ ମନ୍ତ୍ରାଳୟ ଜଟିଳ ରୋଗ, ପରିବାରରେ ଜରୁରି ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଅଥବା ଏଭଳି ପରିସ୍ଥିତି ଯାହା ଆବେଦନକାରୀଙ୍କ ନିୟନ୍ତ୍ରଣରୁ ବାହାରେ ସେ କ୍ଷାତ୍ରରେ ଭିସା ସର୍ତ୍ତ ହଟାଇବାକୁ ବିଚାର କରାଯାଇ ପାରେ । ତେବେ କେବଳ ଛାଡ ପାଇଁ ଆବେଦନ କଲେ ଦେଶରେ ଅବସ୍ଥାନର ସମୟ ମନକୁ ମନ ବଢିଯିବନି ଅଷ୍ଟ୍ରେଲିୟା ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ପରିବର୍ତ୍ତନ ଯୋଗୁ ଭିଜିଟର ଭିସାର ବୈଧତା ଓ ଏଥିରେ ମିଳୁଥିବା ଅଧିକୃତ ପ୍ରବାସ ଅବଧି ନିଜକୁ ନିଜେ ବଢିବ ନାହିଁ। ଇଟିଏ ଓ ଇ-ଭିଜିଟର ଭିସାଧାରୀ ସେମାନଙ୍କ ୧୨ ମାସ ଅବଧିରେ ଅନେକବାର ଅଷ୍ଟ୍ରେଲିୟା ଯାଇ ଆସି ପାରିବେ। ଓ ପ୍ରତ୍ୟେକ ଯାତ୍ରାରେ ଅନୁନ୍ୟ ୩ ମାସ ରହି ପାରିବେ।